ଆପଣ ଓମିକ୍ରନ୍‌ରେ ଆକ୍ରାନ୍ତ ବୋଲି ଜାଣିବେ କିପରି ? ପଢ଼ନ୍ତୁ…..

0
418
ଓମିକ୍ରନ୍‌ ପ୍ରଜାତି
ଓମିକ୍ରନ୍‌ ପ୍ରଜାତି

ମୁମ୍ବାଇ : କରୋନାର ସାଧାରଣ ଲକ୍ଷଣ ଠାରୁ ଓମିକ୍ରନ୍‌ ପ୍ରଜାତିରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କଠାରେ ଲକ୍ଷଣ ସାମାନ୍ୟ ଭିନ୍ନ ରହୁଛି। ଅପାଣଙ୍କୁ ଓମିକ୍ରନ ଆକ୍ରାନ୍ତ କରିଛି, କେମିତି ଜାଣିବେ? କେଉଁସବୁ ଲକ୍ଷଣ ଶରୀରରେ ପ୍ରକାଶ ପାଉଛି । ସେଥିରୁ କିପରି ଜାଣିପାରିବେ ? ସେନେଇ ପରୀକ୍ଷାରୁ ଜଣାପଡ଼ିଛି ।

ଗଳା ଦରଜ, କ୍ଳାନ୍ତ ଲାଗିବା, ଶରୀର ଯନ୍ତ୍ରଣା ଏବଂ ସାମାନ୍ୟ ଜ୍ବର ଆଦି ହେବା ଓମିକ୍ରନ୍‌ର କେତେକ ପ୍ରମୁଖ ଲକ୍ଷଣ। ଓମିକ୍ରନରେ ସଂକ୍ରମିତ ହୋଇ ମୁମ୍ବାଇର ସେଭେନ ହିଲ୍ସ ହସ୍ପିଟାଲ୍‌ରେ ଚିକିତ୍ସିତ ରୋଗୀଙ୍କ ବାବଦରେ ଅନୁଧ୍ୟାନରୁ ଏହା ଜାଣିବାକୁ ମିଳିଛି।

ଏହି ହସ୍ପିଟାଲ୍‌ରେ ଓମିକ୍ରନ୍‌ ଆକ୍ରାନ୍ତ ହୋଇ ୧୪ ରୋଗୀ ଚିକିତ୍ସିତ ହେଉଛନ୍ତି। ଏହି ୧୪ଟି ମାମଲାରୁ ୮ ଜଣଙ୍କ ପାଖରେ କୌଣସି ଲକ୍ଷଣ ନାହିଁ। ଲକ୍ଷଣ ଯେଉଁମାନଙ୍କଠାରେ ଅଛି ସେମାନଙ୍କ ମଧ୍ୟରୁ ଅଧିକାଂଶ ଗଳା ଦରଜ , ଅତ୍ୟଧିକ କ୍ଳାନ୍ତ ଲାଗିବା ଏବଂ ଶରୀର ଯନ୍ତ୍ରଣା ହେଉଥିବା କହିଛନ୍ତି। ଲକ୍ଷଣ ଥିବା ରୋଗୀଙ୍କୁ ସାଧାରଣ କରୋନାର ଔଷଧ ଦିଆଯାଉଛି। ଅନ୍ୟପକ୍ଷେ ଲକ୍ଷଣ ନଥିବା ରୋଗୀଙ୍କୁ ମଲଟିଭିଟାମିନ ଦିଆଯାଉଛି ବୋଲି ଓମିକ୍ରନ୍‌ ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି। ଓମିକ୍ରନ୍‌ ରୋଗୀଙ୍କର ଘ୍ରାଣ ଶକ୍ତି ହ୍ରାସ ହେଉନାହିଁ ବୋଲି ଜଣାପଡ଼ିଛି।

୩ ଡୋଜ୍‌ ଟିକା ନେବା ପରେ ବି ‘ଓମିକ୍ରନ୍‌’ ଆକ୍ରାନ୍ତ ହେଲେ ମୁମ୍ବାଇ ବ୍ୟକ୍ତି

ନ୍ୟୁୟର୍କରୁ ମୁମ୍ବାଇକୁ ଫେରିଥିବା ଜଣେ ୨୯ ବର୍ଷିୟ ବ୍ୟକ୍ତି ଶୁକ୍ରବାର ଦିନ ‘ଓମିକ୍ରନ୍ ଭେରିଏଣ୍ଟ୍‌’ ପଜିଟିଭ୍‌ ହୋଇଛନ୍ତି ବୋଲି ‘ବୃହନ୍‌ମୁମ୍ବାଇ ମୁନିସିପାଲ୍‌ କର୍ପୋରେସନ୍‌’ ଏକ ‘ରିଲିଜ୍‌’ରେ କହିଛି। କୌଣସି ଲକ୍ଷଣ ଦେଖାଯାଇ ନ ଥିବା ଉକ୍ତ ବ୍ୟକ୍ତିଜଣକ ‘ଫାଇଜର୍‌’ ନିର୍ମିତ କରୋନାଭାଇରସ୍‌ ଟିକାର ୩ଟି ଡୋଜ୍‌ ନେଇଥିଲେ।

ନଭେମ୍ବର ୯ ତାରିଖ ଦିନ ବିମାନ ବନ୍ଦରରେ କରାଯାଇଥିବା ପରୀକ୍ଷାରେ ସେ କୋଭିଡ୍‌-୧୯ ପଜିଟିଭ୍‌ ବୋଲି ଜଣାପଡ଼ିବା ପରେ ତାଙ୍କ ନମୁନା ‘ଜିନୋମ୍‌ ସିକ୍ବେନ୍‌ସିଙ୍ଗ୍‌’ ପାଇଁ ପଠାଯାଇଥିଲା। ତାଙ୍କର ଅତିରିକ୍ତ ସଂସ୍ପର୍ଶରେ ଆସିଥିବା ଦୁଇଜଣ ବ୍ୟକ୍ତି କିନ୍ତୁ, କରୋନାଭାଇରସ୍‌ ନେଗେଟିଭ୍‌ ଆସିଥିବା କଥା ‘ବିଏମ୍‌ସି’ କହିଛି। ସତର୍କତାମୂଳକ ପଦକ୍ଷେପସ୍ବରୂପ ଲକ୍ଷଣରହିତ ଉକ୍ତ ରୋଗୀଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ, ଏହି ସଂକ୍ରମଣ ମାମଲାକୁ ମିଶାଇ ଦେଶର ଅର୍ଥନୈତିକ ରାଜଧାନୀ ମୁମ୍ବାଇରେ ସମୁଦାୟ ‘ଓମିକ୍ରନ୍‌’ ଆକ୍ରାନ୍ତଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ଅବଶ୍ୟ ସେମାନଙ୍କ ମଧ୍ୟରୁ ୫ଜଣ ମୁମ୍ବାଇ ବାହାରର ବ୍ୟକ୍ତିବିଶେଷ। ୧୫ ଆକ୍ରାନ୍ତଙ୍କ ମଧ୍ୟରୁ ଏ ମଧ୍ୟରେ ୧୩ଜଣଙ୍କୁ ଡାକ୍ତରଖାନାରୁ ବିଦା କରାଯାଇ ସାରିଲାଣି। ୧୫ଜଣ ‘ଓମିକ୍ରନ୍‌’ ଆକ୍ରାନ୍ତଙ୍କ ମଧ୍ୟରୁ କାହାରି ସ୍ବାସ୍ଥ୍ୟାବସ୍ଥା ଜଟିଳ ହୋଇ ନ ଥିବା କଥା ‘ବିଏମ୍‌ସି’ କହିଛି। ସମସ୍ତ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ମହାରାଷ୍ଟ୍ରରେ ‘ଓମିକ୍ରନ’ଦ୍ବାରା ଆକ୍ରାନ୍ତ ବ୍ୟକ୍ତିଙ୍କ ସଂଖ୍ୟା ୪୮ରେ ପହଞ୍ଚିଛି।

Also Read  Gumudumaha firing case: witnesses record statements at district court in Phulbani, Odisha