ରାଜ୍ୟରେ୧୯ ଓମିକ୍ରନ୍ ଆକ୍ରାନ୍ତଙ୍କଠାରେ ଲକ୍ଷଣ ନାହିଁ

0
535
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ଓଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଯେଉଁମାନେ ବିଦେଶରୁ ଫେରୁଛନ୍ତି ସେମାନଙ୍କର ଟେଷ୍ଟ ହେଉଛି। ପିଜିଟିଭ ହେଲେ ଜିନମ ସିକ୍ବେନ୍ସିଂ କରାଯାଉଛି। ଗତକାଲି ଚିହ୍ନଟ ୨୩ ଓମିକ୍ରନ୍ ଆକ୍ରାନ୍ତଙ୍କ ଭିତରୁ ୧୯ ଜଣଙ୍କଠାରେ ଲକ୍ଷଣ ନାହିଁ। ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ସେ କହିଛନ୍ତି,ଲକ୍ଷଣ ବହୁତ କମ୍ ଲୋକଙ୍କ ରହିଛି। ଅନ୍ୟମାନଙ୍କ ସାଧାରଣ ଲକ୍ଷଣ ଅଛି। ସେମାନଙ୍କ ମଧ୍ୟରୁ ଲୋକଲ ମଧ୍ୟ ରହିଛନ୍ତି। କମ୍ୟୁନିଟିରେ ଭାଇରସ ଅଛି। ଗୋଷ୍ଠୀରେ ଓମିକ୍ରନ ରହିଛି। ତାକୁ ଚିହ୍ନଟ କରାଯାଉଛି। ଓମିକ୍ରନ୍ ଅଧିକ ସଂକ୍ରମଣ କରିବ, କିନ୍ତୁ ସିଭରିଟି ନାହିଁ।

ଏଣୁ ଭିଡ଼ ଜମାନ୍ତୁ ନାହିଁ। କୋଭିଡ ନିୟମ ମାନନ୍ତୁ। ନହେଲେ ସଂଖ୍ୟା ବଢ଼ିବ। ସରକାର ସବୁ ପ୍ରକାର ଇନପୁଟ ନେଉଛନ୍ତି। ଜିଲାପାଳମାନେ ଗାଇଡଲାଇନ ଅନୁସାରେ କଟକଣା କରିବେ। ଲୋକାଲରେ ଓମିକ୍ରନ୍ ଅଛି। ଚିହ୍ନଟ ହେଉଛି। ତେଣୁ ସଂକ୍ରମଣ ହେବ। ଏଥିନେଇ ସମସ୍ତେ ସଚେତନ ହେବା ଦରକାର।

Also Read  Adani Row: KV Singh Deo & Prasanna Acharya Face Off in Assembly