ଶ୍ରୀଜୀଉଙ୍କୁ ଦର୍ଶନ କରି ରାଜ୍ୟବାସୀଙ୍କ ସୁଖସମୃଦ୍ଧି କାମନା କଲେ ପୁଲିସ ଡିଜି

0
637
ପୁଲିସ ଗ୍ପୁଲିସ ଡିଜି ସୁନୀଲ ବଂଶଲସୁନୀଲ ବଂଶଲ
ପୁଲିସ ଗ୍ପୁଲିସ ଡିଜି ସୁନୀଲ ବଂଶଲସୁନୀଲ ବଂଶଲ

ପୁରୀ: ଓଡ଼ିଶା ପୁଲିସ ଡିଜି ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ସୁନୀଲ ବଂଶଲ ପୁରୀ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ପତ୍ନୀଙ୍କ ସହିତ ଆସି ସେ ଠାକୁରଙ୍କ ଦର୍ଶନ କରିଛନ୍ତି। ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ନେଇଛନ୍ତି ନୂଆ ଡିଜି ସୁନୀଲ ବଂଶଲ। ଶ୍ରୀଜୀଉଙ୍କ ଦର୍ଶନ କରିବା ପରେ ତାଙ୍କର ଦୀର୍ଘ ଦିନର ଇଚ୍ଛା ପୂରଣ ହୋଇଛି ବୋଲି ସେ କହିଛନ୍ତି।

ଏଥିସହ ମହାପ୍ରଭୁଙ୍କ ପାଖରେ ରାଜ୍ୟବାସୀଙ୍କ ସୁଖସମୃଦ୍ଧି କାମନା କରିଛନ୍ତି ବୋଲି କହିଛନ୍ତି। ଅନ୍ୟପଟେ ଅପରାଧକୁ ନିୟନ୍ତ୍ରଣ କରିବା ପାଇଁ ଟେକ୍ନୋଲୋଜି ଉପରେ ଗୁରୁତ୍ୱ ଦିଆଯାଉଛି। ରାଜ୍ୟରେ ବଢୁଥିବା ବ୍ରାଉନସୁଗାର କାରବାରକୁ ରୋକିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଡିଜି ସୁନୀଲ ବଂଶଲ କହିଛନ୍ତି।

ବରିଷ୍ଠ ଆଇପିଏସ ସୁନୀଲ ବଂଶଲଙ୍କୁ ରାଜ୍ୟର ନୂଆ ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଯୁକ୍ତି ପରେ ନୂଆବର୍ଷରୁ ସେ ନୂଆ ଡିଜିପି ଭାବେ ଦାୟିତ୍ୱ ନେଇଛନ୍ତି। ୧୯୮୭ ବ୍ୟାଚର ବରିଷ୍ଠ ଆଇପିଏସ ହେଉଛନ୍ତି ସୁନୀଲ ବଂଶଲ। ଓଡ଼ିଶାର ପୁଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହେବା ପୂର୍ବରୁ ସେ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକ ଭାବେ କାମ କରୁଥିଲେ। ଡିଜିପି ଅଭୟଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ ସୁନୀଲ ବଂଶଲ।

Also Read  Odisha woman startup entrepreneur bags TiE-BIRAC award for winnovation