ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ଚାଲିଛି : ସଂକ୍ରମଣ ତିନିଗୁଣରେ ପହଞ୍ଚିବ

0
684
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର
ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର

ଭୁବନେଶ୍ୱର : ଦୀର୍ଘ ଦିନର ବ୍ୟବଧାନ ପରେ ରାଜ୍ୟରେ ହଜାରେ ଉପରେ ପୁଣି ଥରେ ଟ୍ରେଣ୍ଡ କରିଛି ସଂକ୍ରମିତଙ୍କ ସଂଖ୍ୟା। ଗତକାଲି ରାଜ୍ୟରେ ୬୮୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ଦ୍ୱିଗୁଣିତ ହୋଇ ୧୨୧୬ରେ ପହଞ୍ଚିଛି। ସଂକ୍ରମଣ ଆହୁରି ବଢ଼ିବ । ଦୈନିକ ଦ୍ୱିଗୁଣ, ତିନିଗୁଣରେ ପହଞ୍ଚିବ ଏହି ସଂଖ୍ୟା। ଏପରି ଆଶଙ୍କା ବ୍ୟକ୍ତ କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

ସେ କହିଛନ୍ତି, ରାଜ୍ୟରେ ପଜିଟିଭିଟି ହାର ୧% ଉପରକୁ ଗଲାଣି। ବର୍ତ୍ତମାନ କମ୍ୟୁନିଟି ଟ୍ରାନ୍ସମିଶନ ଚାଲିଛି। ମାତ୍ର ୨,୩ ଦିନରେ ୧ପ୍ରତିଶତରୁ ଅଧିକ ସଂକ୍ରମଣ ବଢ଼ିଲାଣି। ଏହାକୁ ରୋକା ଯାଇପାରିବନି। ଏହା ବଢ଼ିବ। ଏହି ଚେନ୍‌ ବ୍ରେକ୍‌ ପାଇଁ ଉଦ୍ୟମ କରାଯାଉଛି। ପୂର୍ବରୁ ଅନ୍ୟ ରାଜ୍ୟରେ ଯେପରି ସଂକ୍ରମଣ ବଢ଼ିଥିଲା, ଏବେ ଓଡ଼ିଶାରେ ସେପରି ସ୍ଥିତି ସୃଷ୍ଟି ହୋଇଛି। ଦିଲ୍ଲୀରେ ୭ ଦିନରେ ପଜିଟିଭିଟି ରେଟ ୦.୧୯ରୁ ୩.୮ ପ୍ରତିଶତରେ ପହଞ୍ଚିଲା, ଆମର ବି ସେହି ଅନୁପାତରେ ବୃଦ୍ଧି ପାଇବ।

ସଂକ୍ରମଣ ରୋକିବା ପାଇଁ ଭିଡ଼ ଏଡ଼ାଇବା ସହ ମାସ୍କ ପିନ୍ଧିବା ଜରୁରୀ। ଏରାଜ୍ୟରେ ଦୈନିକ ୬୦-୭୦ ହଜାର ଟେଷ୍ଟ କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଚିକିତ୍ସା ଭିତ୍ତିଭୂମି ବଢ଼ା ଯାଉଛି। ସ୍ୱାସ୍ଥ୍ୟ ବିଭାଗ ଓ ସରକାର ପ୍ରୟାସ ଜାରି ରଖିଛନ୍ତି। ଟେଷ୍ଟ, ଟ୍ରାକ୍, ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି।

ଲୋକେ ନିୟମ ମାନି ଚଳନ୍ତୁ। ଗହଳିଠୁ ଯଥା ସମ୍ଭବ ଦୂରେଇ ରୁହନ୍ତୁ। ଦ୍ୱିତୀୟ ଲହର ପିକ ସମୟରେ ଯେତିକି ବେଡ଼ ଓ ଭିତ୍ତିଭୂମି ଥିଲା ସେହି ଅନୁସାରେ ସମସ୍ତ ପ୍ରାଇଭେଟ ଓ ସରକାରୀ ହସ୍ପିଟାଲରେ ପ୍ରସ୍ତୁତି କରୁଛୁ। ୨ୟ ଲହର ପିକ୍ ସମୟରେ ଯେତିକ ବେଡ୍ ଥିଲା, ସେତିକି ପ୍ରସ୍ତୁତି କରୁଛୁ। ସୂଚନାଯୋଗ୍ୟ, ଗତକାଲି ରାଜ୍ୟରେ ୬୮୦ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା ୧୨୧୬ରେ ପହଞ୍ଚିଛି। ଦୀର୍ଘ ଦିନ ପରେ ରାଜ୍ୟରେ ହଜାରେ ଡେଇଁଛି ସଂକ୍ରମିତଙ୍କ ସଂଖ୍ୟା। ଏହାକୁ ନେଇ ଛାନିଆ ହୋଇ ପଡ଼ିଛନ୍ତି ରାଜ୍ୟବାସୀ।

Also Read  Odisha Yuva Samaj protest PM's two day visit to Odisha for BJP's National Executive Meet