ଦେଶୀ ମଦର ଭୂ-ସ୍ୱର୍ଗ ଆଠଗଡ : ପୋଚ ଦେଖି ପୋଲିସ ତାଜୁବ

0
739
ପୋଚ ଦେଖି ପୋଲିସ ତାଜୁବ
ପୋଚ ଦେଖି ପୋଲିସ ତାଜୁବ

କଟକ : ଦେଶୀ ମଦର ଭୂ-ସ୍ୱର୍ଗ ପାଲଟିଛି ଆଠଗଡ ବିରୁଡ଼ା ପଣଷପାଟଣା ଗାଁ । ଜୁଆଡେ ଦେଖିବ ସିଆଡେ ମଦ ଆଉ ମଦ । ଘରେ ଘରେ ହଜାର ହଜାର ଲିଟର ଦେଶୀ ମଦ ରଦ୍ଧା ଚାଲିଥିଲା । ମକର ପାଇଁ ଏସବୁର ଚାଲିଥିଲା ପ୍ରସ୍ତୁତି । ଏଠାରୁ ରାଜ୍ୟର ବିଭିନ୍ନ ସ୍ଥାନକୁ କରାଯାଇଥାନ୍ତା ସପ୍ଲାଏ । ହେଲେ ଖବର ପାଇ ଚଢାଉ କଲା କଟକ ଫ୍ଲାଇଂ ସ୍କ୍ବାଡ଼ । କିଏ ବିଲରେ ତ ଆଉ କିଏ କୁଅରେ, କିଏ ପାଣି ଟାଙ୍କିରେ ତ ଆଉ କିଏ ଘର ଭିତରେ ପୋଚ ଲୁଚାଇ ରଖିଥିଲେ । ଏପରିକି ଗାଁ କୋଠ ଘରେ ବି ରହିଥିଲା ବିପୁଳ ପରିମାଣର ପୋଚ ।

ଏତେ ପରିମାଣର ମଦ ଦେଖି ତାଜୁବ ହୋଇଥିଲା ପୋଲିସ । 8ହଜାରରୁ ଅଧିକ ଲିଟର ପୋଚ ନଷ୍ଟ କରାଯାଇଛି ।ଚଢ଼ଉରେ 30ଜଣିଆ ପୋଲିସ ଟିମ ସାମିଲ ହୋଇଥିଲେ । ପୂର୍ବରୁ ମଧ୍ୟ ଏହି ଗାଁରୁ ଦେଶୀ ମଦ ପୋଚ ଜବତ ହେବା ସହିତ ଏକାଧିକ ବେପାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ସେମାନେ ପୁଣି ଜେଲରୁ ଫେରି କାରବାର ଆରମ୍ଭ କରିଥିବା ଜଣାପଡିଛି । ବେଧଡକ ଭାବରେ ବେପାରୀ ଏଠାରେ ଦେଶୀ ମଦ ରାନ୍ଧୁଥିବା ବେଳେ ବାଧା ଦେବାକୁ କେହି ନାହିଁ  ।

Also Read  ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଏକନାଥ ସିନ୍ଦେ, ଫଡନାଭିସ୍ ଉପମୁଖ୍ୟମନ୍ତ୍ରୀ

LEAVE A REPLY

Please enter your comment!
Please enter your name here