ସାଙ୍ଗମାନଙ୍କ ସହ ମିଶି ସ୍ତ୍ରୀକୁ ଦୁଷ୍କର୍ମ : ପ୍ରାଇଭେଟ୍ ପାର୍ଟରେ ସିଗାରେଟ ଚେଙ୍କ

0
938
A Minor Girl With Severe Injuries Admitted In Capital Hospital: Rape Suspected
A Minor Girl With Severe Injuries Admitted In Capital Hospital: Rape Suspected

ଇନ୍ଦୋର: ସୀମା ଟପିଲା ପାଶବିକ ଅତ୍ୟାଚାର। ସଇତାନ ପାଲିଟିଲା ସାତଜନମର ସାଥୀ। ଯାହାଙ୍କ ସହ ବିଶ୍ୱାସର ସମ୍ପର୍କ ସ୍ଥାପନ କରିଥିଲେ ତାଙ୍କ ସହ ସାଂଘାତିକ ବିଶ୍ୱାସଘାତକ। ନିଜ ସ୍ତ୍ରୀକୁ ସାଙ୍ଗମାନଙ୍କ ସହ ମିଶି ଦୁଷ୍କର୍ମ କଲା ସ୍ୱାମୀ। ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାରେ ଏମିତି ଅଭାବନୀୟ ଘଟଣା ଘଟିଛି।  ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଏବଂ ଅନ୍ୟ ସହଯୋଗୀମାନେ ମିଶି ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଏମିତିକି ଅଭିଯୁକ୍ତମାନେ ସମ୍ପୃକ୍ତ ମହିଳାଙ୍କୁ ଅକଥନୀୟ ନିର୍ଯାତନା ଦେଇଛନ୍ତି। ପୁଲିସ ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ୩୨ ବର୍ଷୀୟ ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ବିରୋଧରେ ଆହୁରି ସାଂଘାତିକ ଅଭିଯୋଗ ଆଣିଛନ୍ତି। ତାଙ୍କ ସ୍ୱାମୀ ତାଙ୍କ ସହ ଜବରଦସ୍ତ କରିବା ସହ ତାଙ୍କର ଅନ୍ୟ ୪ ଜଣ ସହଯୋଗୀ ମିଶି ଅପ୍ରାକୃତିକ ଯୌନ ସମ୍ଭୋଗ କରିଥିଲେ।

ଏପରିକି ଅଭିଯୁକ୍ତମାନେ ତାଙ୍କ ପ୍ରାଇଭେଟ ପାର୍ଟରେ ସିଗାରେଟ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ପ୍ରଘଟ କଲେ ତାଙ୍କୁ ହତ୍ୟା ଧମକ ଦେଇଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରିଛି। ସିପ୍ରା ପୁଲିସ ଥାନା ଅଧୀନରେ ଏହି ଘଟଣା ଘଟିଛି। ଏକ ଫାର୍ମ ହାଉସ୍‌ରେ ସମ୍ପୃକ୍ତ ମହିଳାଙ୍କୁ ଗଣ ଦୁଷ୍କର୍ମ କରାଯାଇଛି।  ୨୦୧୯ ନଭେମ୍ବରରୁ ଅକ୍ଟୋବର ୨୦୨୧ ମଧ୍ୟରେ ଏହି ଘଟଣା ଘଟିଥିବା ପୁଲିସ କହିଛି। ମହିଳା ଜଣକର ଘର ଛତିଗଡ଼ରେ ହୋଇଥିବା ବେଳେ ସେ ଇନ୍ଦୋରର ଜଣେ ଯୁବକଙ୍କୁ ବିବାହ କରିଥିଲେ। ମେଟ୍ରିମୋନିଆଲ ସାଇଟରେ ଯୋଗାଯୋଗ ହେବା ପରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

କିନ୍ତୁ  ଯୁବକ ଜଣକ ଆଗରୁ  ବିବାହ କରିସାରିଥିଲେ।  ତେବେ ପୀଡ଼ିତା ଜଣକ ଅଭିଯୁକ୍ତଙ୍କ କବଳରୁ କୌଶଳକ୍ରମେ ଉକ୍ତ ଫାର୍ମ ହାଉସରୁ ଖସି ଯାଇ ତାଙ୍କ ବାପ ଘରକୁ ପଳାଇ ଯାଇଥିଲେ।  କିନ୍ତୁ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ମହିଳାଙ୍କୁ ପିଛା କରି ପୁଣି ଥରେ କାବୁ କରିବାକୁ ଚେଷ୍ଟ କରିଥିଲେ। ହେଲେ ମହିଳା ଜଣକ ସୌଭାଗ୍ୟ ବଶତଃ ବର୍ତ୍ତିଯାଇଛନ୍ତି।  ପରେ ମହିଳା ଜଣକ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୁଲିସ ମହିଳାଙ୍କ ସ୍ୱାମୀଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି।

Also Read  କଟକରେ ସ୍ମାର୍ଟ କାର୍ଡ ବଣ୍ଟନ ସହ ୧୬ଶହ କୋଟିର ପ୍ରକଳ୍ପ ଭେଟିଦେଲେ ମୁଖ୍ୟମନ୍ତ୍ରୀ