‍ପ୍ରଶାସନିକ ସେବା ନିୟମ ସଂଶୋଧନ ପ୍ରସ୍ତାବକୁ ରାଜ୍ୟର ବିରୋଧ

0
875

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ଭାରତ ପ୍ରଶାସନିକ ସେବା ନିୟମ ସଂଶୋଧନ ଉପରେ ଆପତ୍ତି ଉଠାଇଛନ୍ତି ରାଜ୍ୟ ସରକାର। ଏ ନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି ବିଭିନ୍ନ ରାଜ୍ୟ। ଏହାକୁ ବିରୋଧ କରିବା ପରେ ଓଡ଼ିଶା ସରକାର ମଧ୍ୟ ଏହି ପ୍ରସ୍ତାବରେ ସହମତି ହୋଇନାହାନ୍ତି। ପୂର୍ବ ପ୍ରଚଳିତ ନିୟମ ଲାଗୁ କରିବା ଓ ଖାଲି ଥିବା ପ୍ରଶାସନିକ ସେବା ପଦ ପୂରଣ କରିବା ଉପରେ ଦାବି କରିଛନ୍ତି ରାଜ୍ୟ ସରକାର।

ଯଦି ସେଣ୍ଟ୍ରାଲ ଡେପୁଟେସନରେ ଅଫିସରମାନଙ୍କୁ ନିଆଯିବ ତାହାଲେ ଉନ୍ନୟନମୂଳକ ଯୋଜନା ବାଧାପ୍ରାପ୍ତ ହେବା ସହ ଯୋଜନା କାର୍ଯ୍ୟକାରୀ ହୋଇପାରିବ ନାହିଁ ବୋଲି ରାଜ୍ୟ ସରକାର କହିଛନ୍ତି। କେନ୍ଦ୍ର ସରକାରଙ୍କ ଅଧୀନକୁ କୌଣସି କେନ୍ଦ୍ରୀୟ କର୍ମଚାରୀଙ୍କୁ ନେବା ପୂର୍ବରୁ ସେମାନଙ୍କ ସହମତି ଆବଶ୍ୟକ ବୋଲି ମତପ୍ରକାଶ କରିଛନ୍ତି ବିଜେଡି ସାଂସଦ ଅମର ପଟ୍ଟନାୟକ।

ପୂର୍ବରୁ ଏହି ପ୍ରସ୍ତାବକୁ ନେଇ ମହାରାଷ୍ଟ୍ର, କେରଳ, ତାମିଲନାଡୁ, ପଶ୍ଚିମବଂଗ, ତେଲେଙ୍ଗାନା, ଛତିଶଗଡ଼ ଓ ରାଜସ୍ଥାନ ସରକାର ଆପତ୍ତି ଉଠାଇଥିଲେ। ଏହି ପ୍ରସ୍ତାବକୁ ରାଜ୍ୟ କଂଗ୍ରେସ ମଧ୍ୟ ବିରୋଧ କରିଛି। ତେବେ ପ୍ରସ୍ତାବକୁ ସମର୍ଥନ କରିଛି ରାଜ୍ୟ ବିଜେପି। ପ୍ରସ୍ତାବ ଅନୁସାରେ ଏଣିକି ଆଇଏଏସ୍ ଓ ଆଇପିଏସ୍ ଅଫିସରଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ନେବା ଲାଗି ଆଉ ରାଜ୍ୟମାନଙ୍କ ଅନୁମତି ଆବଶ୍ୟକ ହେବ ନାହିଁ ବର୍ତ୍ତମାନର ନିୟମ ଅନୁସାରେ କେଉଁ ଅଫିସର କେନ୍ଦ୍ରୀୟ ଡେପୁଟେସନରେ ଯିବେ, ରାଜ୍ୟମାନେ ତାର ଏକ ତାଲିକା ପ୍ରଦାନ କରନ୍ତି ଜାନୁଆରୀ ୨୫ ସୁଦ୍ଧା ପକ୍ଷ ରଖିବା ଲାଗି ରାଜ୍ୟମାନଙ୍କୁ କୁହାଯାଇଛି।

ଏ ନେଇ ବିଜେଡି ନେତା ଅମର ଶତପଥୀ କହିଛନ୍ତି, ଆମର ଗୋଟିଏ ଫେଡେରାଲ୍ ଷ୍ଟ୍ରକଚର୍ ଅଛି। କେନ୍ଦ୍ର ସରକାର ଯଦି ଏକତରଫା ଭାବେ ଏହା କରିବ, ତାହେଲେ ତାହାର ପ୍ରଭାବ ନିଶ୍ଚିତ ପଡ଼ିବ। ଏହାଦ୍ୱାରା ପ୍ରଶାସନିକ ବ୍ୟବସ୍ଥା ଏବଂ ରାଜ୍ୟ ଓ କେନ୍ଦ୍ରର ସମ୍ପର୍କରେ ପ୍ରଭାବ ପକାଇବ ବୋଲି ଅମର ଶତପଥୀ କହିଛନ୍ତି।

ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା କହିଛନ୍ତି, ଯେଉଁ ଅଫିସର୍ ଭାବେ ଦକ୍ଷତା ପୂର୍ଣ୍ଣ ଭାବେ ରାଜ୍ୟରେ କାମ କରୁଛନ୍ତି ଏବଂ ଯେଉଁ ସ୍ଥାନରେ ବିଜେପି ସରକାର ନାହିଁ, ସେହି ସ୍ଥାନରୁ ସେମାନେ ଭଲ ଅଫିସରଙ୍କୁ କେନ୍ଦ୍ରକୁ ନେଇଯିବେ। ଏହା ବଦଳରେ କେନ୍ଦ୍ର ଦୁର୍ନୀତିଖୋର ଅଫିସରଙ୍କୁ ରାଜ୍ୟକୁ ପଠାଇ ଦେବେ। ଯାହା ଫଳରେ ରାଜ୍ୟର ଉନ୍ନତି ହୋଇପାରିବ ନାହିଁ।

ସେପଟେ ବିଜେପି ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ଅଫିସରମାନଙ୍କୁ କାମ କରିବାର ସ୍ୱାଧୀନତା ଦେବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସେମାନଙ୍କୁ ରାଜନୀତିକ ଚାପରୁ ଊର୍ଦ୍ଧ୍ୱରେ ରଖିବା ପାଇଁ କେନ୍ଦ୍ର ସରକାର ଏହି ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହା ସ୍ୱାଗତଯୋଗ୍ୟ। ଏହା କାର୍ଯ୍ୟକାରୀ ହେଲେ ଆଗାମୀ ଦିନରେ ଭଲ ଗଭର୍ନାନ୍ସ ଦେଖିବାକୁ ମିଳିବ। ତେଣୁ ଏହି ନିଷ୍ପତ୍ତିକୁ ଯେଉଁମାନେ ବିରୋଧ କରୁଛନ୍ତି, ସେମାନେ ଏହାର ପୁନର୍ବିଚାର କରିବା ଦରକାର ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

Also Read  Special Train for tourists in view of the landfall of cyclonic storm Fani on the Odisha coast

LEAVE A REPLY

Please enter your comment!
Please enter your name here