ରାଜ୍ୟରେ କରୋନା ସଂକ୍ରମଣ ଶୀର୍ଷ ଛୁଇଁ ସାରିଥିବା ଜଣାପଡୁଛି

0
507

ଭୁବନେଶ୍ବର: ଗତ କିଛି ଦିନ ଧରି କରୋନା ସଂକ୍ରମଣ ୧୦ହଜାର ଉପରେ ରହୁଥିବା ବେଳେ ଏବେ ତାହା ତଳମୁହାଁ ହୋଇଛି। ସଂକ୍ରମଣ ସଂଖ୍ୟା ଦେଖି ରାଜ୍ୟରେ କରୋନା ସଂକ୍ରମଣ ଶୀର୍ଷ ଛୁଇଁ ସାରିଥିବା ଜଣାପଡୁଛି। ଆଜି ଏଭଳି କହିଛନ୍ତି ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର।

ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର
ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର

ତାଙ୍କ କହିବା ମୁତାବକ,ଦିନକୁ ଦିନ ଦୈନିକ ସଂକ୍ରମଣ କମୁଛି। ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟ‌ା ମଧ୍ୟ ତଳମୁହାଁ ରହିଛି। କିନ୍ତୁ କରୋନା ଆକ୍ରାନ୍ତଙ୍କ ସଂଖ୍ୟ‌ା ମଧ୍ୟ ତଳମୁହାଁ ହେଲେ ବି ବେସ ଲାଇନ ଆସିବା ଦରକାର। ପ୍ରତ୍ୟେକ ଦିନ ୫ରୁ ୬ହଜାର ପଜିଟିଭ ଚିହ୍ନଟ ହେଉଛନ୍ତି। ସଂକ୍ରମଣ ହାର ବହୁତ ଅଧିକା ରହିଛି। ସେଥିପାଇଁ ସଂକ୍ରମଣ ରୋକିବାକୁ ଏବେ ବି ସତର୍କତା ଅବଲମ୍ବନ କରିବାକୁ ପଡିବ। ଅନ୍ୟ ଦେଶଗୁଡିକୁ ଦେଖିଲେ ସେଠାରେ ଏବେ ଚତୁର୍ଥ ଓ ପଞ୍ଚମ ଲହର ଦେଖିବାକୁ ମିଳୁଛି।

ଉଲ୍ଲେଖଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫,୯୦୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୪୧୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୨୪୮୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୭୩୯ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୩୦ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୨୩୧୧୬୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୧୫୨୨୩୯ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୭୦,୩୨୭ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Also Read  Voter list for Odisha Panchayat polls to be published on Dec 14