କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ

0
703

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାଏଲେସିସ୍ କକ୍ଷରେ ଆଜି ଅଗ୍ନିକାଣ୍ଡ ଘଟିଛି। ତେବେ ଏହି ଅଗ୍ନିକାଣ୍ଡରେ କାହାର କିଛି କ୍ଷତି ହୋଇନାହିଁ। ସବୁ ରୋଗୀ ସୁରକ୍ଷିତ ଥିବା ଜଣାପଡ଼ିଛି। ଏସିରୁ ସର୍ଟସର୍କିଟରୁ ଏହି ରୁମ୍‌ରେ ନିଆଁ ଲାଗି଼ଯାଇଥିବା ଜଣାପଡ଼ିଛି। ସୁରକ୍ଷା କର୍ମୀ ଓ ମେଡିକାଲ ଷ୍ଟାଫ ପହଞ୍ଚି ଅଗ୍ନୀ ନିର୍ବାପକ ଯନ୍ତ୍ର ସାହାଯ୍ୟରେ ନିଆଁକୁ ଆୟତ୍ତ କରିଥିଲେ।

ନିଆଁ ଲାଗିବା ସମୟରେ ଡାଏଲେସିସ୍ କକ୍ଷରେ ୧୧ ଜଣ ରୋଗୀ ଥିଲେ। ଡାକ୍ତର ଓ ଅନ୍ୟ କର୍ମଚାରୀ ମିଶି ସମସ୍ତ ରୋଗୀଙ୍କୁ ସୁରକ୍ଷିତ ଭାବେ ସେଠାରୁ ଉଦ୍ଧାର କରିଥିଲେ। ସେହି ସମୟରେ ଜଣେ ରୋଗୀ ଚେତା ହରାଇଥିଲେ। ଏକ ଡାକ୍ତରୀ ଦଳ ସଙ୍ଗେ ସଙ୍ଗେ ତାଙ୍କ ଚିକିତ୍ସା କରିଥିଲେ।

ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଗ୍ନିଶମ କର୍ମଚାରୀ ମଧ୍ୟ ଘଟଣାସ୍ଥଳରେ ଯାଞ୍ଚ କରିଛନ୍ତି।  କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର କରୁଣାକର ପୃଷ୍ଟି କହିଛନ୍ତି, ସମସ୍ତ ରୋଗୀ ସୁରକ୍ଷିତ ଅଛନ୍ତି। କାହାର କିଛି କ୍ଷତି ହୋଇନାହିଁ।

Also Read  ବଢ଼ିଲା ଚାକିରି ବୟସ ସୀମା : କେତେ ହେଲା ଜାଣନ୍ତୁ .....?