ଦେଶରେ କମୁଛି କରୋନା ସଂକ୍ରମଣ : ୧ ଲକ୍ଷ ୬୧ ହଜାର ୩୮୬ ଆକ୍ରାନ୍ତ ଚିହ୍ନଟ

0
628
ଖସିଲା ଦୈନିକ ସଂକ୍ରମଣ
ଖସିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ଧିରେ ଧିରେ ଖସୁଛି କରୋନା ଗ୍ରାଫ୍ । ଦୁଇ ଲକ୍ଷ ତଳେ ରହିଛି କରୋନା ସଂକ୍ରମଣ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଛି କିନ୍ତୁ ମୃତ୍ୟୁ ସଂଖ୍ୟାରେ ଲାଗୁନି ବ୍ରେକ । ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୬୧ ହଜାର ୩୮୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ଦେଶରେ ୧୭୩୩ ଜଣଙ୍କ ଜୀବନ ନେଇଛି କିଲର ଭାଇରସ୍ ।  ଦେଶରେ ବର୍ତ୍ତମାନ ଦୈନିକ ପଜିଟିଭ ହାର ୯.୨୬ ପ୍ରତିଶତ ରହିଛି । ସେହିପରି ଭାବରେ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୮୧ ହଜାର ୧୦୯ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି ।

ଦେଶରେ ମଙ୍ଗଳବାର ୧ ଲକ୍ଷ ୬୭ ହଜାର ୦୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କିନ୍ତୁ ଆଜି ଏହି ସଂଖ୍ୟାରେ ହ୍ରାସ ପାଇଛି । କିଛି ଦିନ ଦେଶରେ କରୋନା ସଂକ୍ରମଣ ଦୁଇ ଲକ୍ଷ ଉପରେ ରହିଥିବାବେଳେ କରୋନା ଆକ୍ରାନ୍ତଙ୍କ ହ୍ରାସ ପାଇଛି । ଆଜି ଦେଶରେ ୧ ଲକ୍ଷ ୬୧ ହଜାର ୩୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ଟିଭ୍ କେସ୍ କଥା ଯଦି କହିବା ତାହାଲେ ବର୍ତ୍ତମାନ ଭାରତରେ ଆକ୍ଟିଭ୍ କେସ୍ ସଂଖ୍ୟା ୧୬ ଲକ୍ଷ ୨୧ ହଜାର ୬୦୩ ରହିଛି ।

Also Read  ଦିଲ୍ଲୀ ରେ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ: ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫ ରେ ପହଁଚିଲା