ଭିଜିଲାନ୍ସ ଜାଲରେ ଯୋଗାଣ ବିଭାଗ ଅଧିକାରୀ : ଏକକାଳୀନ ୬ ସ୍ଥାନରେ ଚଢ଼ାଉ

0
785

କଟକ: ନୂଆପଡ଼ା ଜିଲ୍ଲାର ସହକାରୀ ଯୋଗାଣ ବିଭାଗ ଅଧିକାରୀ ରତ୍ନାକର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଆଜି ଭିଜିଲାନ୍ସ ଟିମ୍ ତାଙ୍କ ନୂଆପଡ଼ାସ୍ଥିତ ଘରେ ଚଢ଼ାଉ କରିଥିବା ଜଣାପଡ଼ିଛି। ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଏହି ଚଢ଼ାଉ କରିଛି ଭିଜିଲାନ୍ସ। ଆଜି ଭୋରୁ ଭିଜିଲାନ୍ସ ବିଭାଗ ପକ୍ଷରୁ ନୂଆପଡା ଓ କଟକର ୬ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରାଯାଉଛି ।

ଏଥିରେ ୬ ଜଣ ଡିଏସପିଙ୍କ ସହ ୧୨ଜଣ ଇନିସ୍ପେକ୍ଟର ସାମିଲ ଅଛନ୍ତି। ଏହି ଚଢ଼ାଉ ସମୟରେ ରତ୍ନାକରଙ୍କର କଟକରେ ଦୁଇଟି ବହୁ ତଳ ବିଶିଷ୍ଟ ପ୍ରସାଦ ସହ ଏକ କଲ୍ୟାଣ ମଣ୍ଡପ ଠାବ କରାଯାଇଛି। ଏହା ବ୍ୟତୀତ ଚୌଦ୍ୱାରରେ ୩ ଏକରର ଏକ ଜମି ସହିତ ବହୁ ସୁନା ଗହଣା ଠାବ କରିଛି ଭିଜିଲାନ୍ସ ଟିମ୍ । ବଡ଼ କଥା ହେଉଛି କି ରତ୍ନାକର ଗତ କିଛି ଦିନ ତଳେ ଏକ କୋଟି ୧୩ ଲକ୍ଷ ଟଙ୍କାର ଇନ୍ସୁରାନ୍ସ ପ୍ରିମିୟମ ଦେଇଛନ୍ତି।

Also Read  Will jail mining mafias, chit fund crooks: Amit Shah