ଆଫଗାନିସ୍ତାନ-ତାଜିକିସ୍ତାନ ସୀମାନ୍ତରେ ଭୂମିକମ୍ପ

0
654
ସୀମାନ୍ତରେ ଭୂମିକମ୍ପ
ସୀମାନ୍ତରେ ଭୂମିକମ୍ପ

ଜମ୍ମୁ ଓ କଶ୍ମୀର, ଦିଲ୍ଲୀ, ନଇଡ଼ାରେ କମ୍ପନ ଅନୁଭୂତ

ନୂଆଦିଲ୍ଲୀ: ଆଫଗାନୀସ୍ତାନ ଓ ତାଜିକିସ୍ତାନ ସୀମାନ୍ତ ଅଞ୍ଚଳରେ ସଂଘଠିତ ହୋଇଥିବା ୫.୯ ତୀବ୍ରତାସମ୍ପନ୍ନ ଭୂମିକମ୍ପ ହେତୁ ଜମ୍ମୁ ଓ କଶ୍ମୀର, ଦିଲ୍ଲୀ, ନଇଡ଼ା ଏବଂ ଆଖପାଖ ସହରଗୁଡ଼ିକରେ କମ୍ପନ ଅନୁଭୂତ ହୋଇଥିବା ଖବର ମିଳିଛି।

ଅନ୍ୟୂନ ୨୦ ସେକେଣ୍ଡ୍‌ ଧରି ଭୂମି ଥରି ଥିବା କଥା ଉତ୍ତର ପ୍ରଦେଶ ଅନ୍ତର୍ଗତ ନଇଡ଼ାର କେତେକ ବାସିନ୍ଦା ଟୁଇଟ୍‌ କରିଛନ୍ତି। କମ୍ପନ ଅନୁଭବ କରିଥିବା କଥା ଦିଲ୍ଲୀର ଲୋକେ ବି ଟୁଇଟ୍‌ କରିଛନ୍ତି। ଆଜି ସକାଳ ୯.୪୬ରେ ଆଫଗାନିସ୍ତାନ-ତାଜିକିସ୍ତାନ ସୀମାନ୍ତ ଅଞ୍ଚଳରେ ଉକ୍ତ ୫.୭ ତୀବ୍ରତାସମ୍ପନ୍ନ ଭୂମିକମ୍ପ ସଂଘଠିତ ହୋଇଥିବା କଥା ‘ଦି ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ସିସିମୋଲୋଜି’ ଟୁଇଟ୍‌ କରିଛି। ଏହି ଭୂମିକମ୍ପର ଗଭୀରତା ଥିଲା ୧୮୧ କିଲୋମିଟର୍।

ଦିଲ୍ଲୀ ନିକଟବର୍ତ୍ତୀ ସହର ନଇଡ଼ାର ବାସିନ୍ଦା ଶଶାଙ୍କ ସିଂହ ଟୁଇଟ୍‌ କରି ଲେଖିଛନ୍ତି, ମନେହେଲା ମୋ ମୁଣ୍ଡ ବୁଲାଉଛି। କିନ୍ତୁ, ପଙ୍ଖାକୁ ଅନାଇବାରୁ ଭୂମିକମ୍ପ ହେଉଥିବା ଜାଣି ଆଖି ବୁଜି ପକାଇଲି। ୨୫/୩୦ ସେକେଣ୍ଡ୍‌ ଧରି ଜୋର୍‌ଦାର୍‌ କମ୍ପନ ଅନୁଭୂତ ହୋଇଥିଲା। ଆଜି ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ମଧ୍ୟ ରିକ୍ଟର୍‌ ସ୍କେଲ୍‌ରେ ୩.୬ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ଅନୁଭୂତ ହୋଇଥିବା ରିପୋର୍ଟ ମିଳିଛି। କିନ୍ତୁ, ଏଥିଯୋଗୁଁ କିଛି କ୍ଷୟକ୍ଷତି ହୋଇଥିବା ରିପୋର୍ଟ ମିଳିନି।

Also Read  ଭୁବନେଶ୍ବର ଓ କଟକ ଡିସିପି କାର୍ଯ୍ୟାଳୟ ଘେରିଲା କଂଗ୍ରେସ : ସବୁ ଜିଲ୍ଲାର ଏସପି ଅଫିସ୍ ସମ୍ମୁଖରେ ଧାରଣା