ସହକାରୀ ଜିଲ୍ଲାପାଳଙ୍କୁ ବାନ୍ଧିଲା ଭିଜିଲାନ୍ସ

0
250
ଭିଜିଲାନ୍ସ ଜାଲରେ ସହକାରୀ ଜିଲ୍ଲାପାଳ
ଭିଜିଲାନ୍ସ ଜାଲରେ ସହକାରୀ ଜିଲ୍ଲାପାଳ

ଭୁବନେଶ୍ୱର : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ରାଉରକେଲା ସହକାରୀ ଜିଲ୍ଲାପାଳ ମନୋରଞ୍ଜନ ନାୟକଙ୍କୁ ଗିରଫ କରିଛି ଭିଜିଲ୍ଲାନ୍ସ । ଭିଜିଲାନ୍ସ ତାଙ୍କ ନିକଟରୁ ପ୍ରାୟ ୨କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ଜବତ କରିଛି । ଏହାସହ ଆଉ କିଛି ବେନାମୀ ସମ୍ପତ୍ତି ରଖିଥିବା ସନ୍ଦେହ କରାଯାଉଛି ।

ଓଆରଏସ୍ ଅଧିକାରୀ ଶ୍ରୀ ନାୟକଙ୍କୁ ଆଜି ଗିରଫ କରାଯାଇ ସୁନ୍ଦରଗଡ଼ସ୍ଥିତ ସ୍ପେଶାଲ ଭିଜିଲାନ୍ସ ବିଚାରପତିଙ୍କ ପାଖରେ ହାଜର କରାଯାଇଥିଲା। ତାଙ୍କର ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଛି । ଶ୍ରୀ ନାୟକ ଓ ତାଙ୍କ ସାନଭାଇଙ୍କ ବିରୁଦ୍ଧରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି। ତାଙ୍କର ରାଉରକେଲାରେ ୭୫ଲକ୍ଷ ଟଙ୍କାର ଏକ ତିନିମହଲା କୋଠା ଘର, ରାଉରକେଲାରେ ୩୫ଲକ୍ଷ ଟଙ୍କାର ଏକ କୋଠା, ଭୁବନେଶ୍ୱର ଗୋଠପାଟଣାରେ ୫୦ଲକ୍ଷ ଟଙ୍କାର ୩ ବେଡରୁମ ବିଶିଷ୍ଟ ଫ୍ଲାଟ, ୨ଟି ଚାରିଚକିଆ ଗାଡ଼ି ସମେତ ବହୁ ସୁନା ଅଳଙ୍କାର ଓ ବ୍ୟାଙ୍କ ଜମା ଆଦି ଜବତ ହୋଇଛି । ଗତକାଲି ଭିଜିଲାନ୍ସ ତାଙ୍କ ଘର ଓ ତାଙ୍କ ସମ୍ପର୍କୀୟଙ୍କ ଘର ଉପରେ ଚଢ଼ଉ କରି ଏହି ସବୁ ସମ୍ପତ୍ତି ଜବତ କରିଥିଲା ।

Also Read  ନିଆଁରେ ପୋଡି ଜୀବନ୍ତ ଜଳିଗଲେ ମହିଳା ଓ୍ବାର୍ଡମେମ୍ବର

LEAVE A REPLY

Please enter your comment!
Please enter your name here