ପଦ୍ମ ଧରିଲେ ଡବ୍ଲ୍ୟୁଡବ୍ଲ୍ୟୁଇ ରେସଲର୍‌ ଦି ଗ୍ରେଟ୍‌ ଖଲି

0
1196

ନୂଆନିଲ୍ଲୀ:ଡବ୍ଲ୍ୟୁଡବ୍ଲ୍ୟୁଇ(WWE) ରେସଲର ଦି ଗ୍ରେଟ ଖଲି ପଦ୍ମ ଧରିଛନ୍ତି । ଦିଲ୍ଲୀସ୍ଥିତ ବିଜେପି କାର୍ଯ୍ୟାଳୟରେ ବିଧିବଦ୍ଧ ଭାବେ ସେ ବିଜେପିରେ ସାମିଲ ହୋଇଛନ୍ତି । ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ଭିତରେ ଗ୍ରେଟ ଖଲି ବିଜେପିରେ ମିଶ୍ରଣ ଦଳକୁ ବେଶ ଲାଭଦାୟକ ହେବ ।

 

ବିଜେପିରେ ଯୋଗଦେବା ପରେ ଖଲି କହିଛନ୍ତି ଯେ, ବିଜେପିରେ ଯୋଗ ଦେଇ ସେ ନିଜକୁ ଭଲ ଅନୁଭବ କରୁଛନ୍ତି । କୌଣସି ଏଭଳି ଦେଶ ବାକି ନାହିଁ ଯେଉଁଠାରେ ମୁଁ କୁସ୍ତି କରି ନାହିଁ। ଯଦି ମୁଁ ଟଙ୍କା ରୋଜଗାର କରିବାକୁ ଚାହେଁ, ତେବେ ମୁଁ ଆମେରିକାରେ ରହିଥାନ୍ତି। କିନ୍ତୁ ମୁଁ ଭାରତକୁ ଆସିଛି କାରଣ ମୋର ଦେଶ ପ୍ରତି ଅହେତୁକ ଭଲପାଇବା ଅଛି। ମୁଁ ଦେଖିଛି ଯେ ମୋଦିଙ୍କ ରୂପରେ ଦେଶ ଜଣେ ଉପଯୁକ୍ତ ପ୍ରଧାନମନ୍ତ୍ରୀ ପାଇଛି। ଏଥିପାଇଁ ମୁଁ ଭାବିଲି ଦେଶରେ ରହି, ଏକାଠି ହୋଇ ଦେଶକୁ ଆଗକୁ ନେବାରେ ସହଯୋଗ କରିବି। ପ୍ରଧାନମନ୍ତ୍ରୀ ମୋଦି ଏବଂ ବିଜେପିର ବିଚାରଧାରା ଦ୍ୱାରା ସେ ପ୍ରଭାବିତ ହୋଇଛନ୍ତି ଖଲି କହିଛନ୍ତି।

ସୂଚନା ମୁତାବକ, ଗତ ବର୍ଷ ଖଲି ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବଙ୍କୁ ମଧ୍ୟ ଭେଟିଥିଲେ। ସେତେବେଳେ ଅଖିଲେଶ ଏବଂ ତାଙ୍କ ମଧ୍ୟରେ କ’ଣ ଆଲୋଚନା ହୋଇଥିଲା ତାହା କିଛି ସାମ୍ନାକୁ ଆସିନଥିଲା। କିନ୍ତୁ ସେ ସମାଜବାଦୀ ପାର୍ଟିରେ ଯୋଗ ଦେଇପାରନ୍ତି ବୋଲି ଆଶା କରାଯାଉଥିଲା।

Also Read  ଆନ୍ଧ୍ରରେ ଓମିକ୍ରନ ସଂକ୍ରମିତ ଚିହ୍ନଟ : ସଜାଗ ଓଡ଼ିଶା