ଓଡ଼ିଶା ପୁଲିସରେ ବେଲଜିୟମ ମାଲେନାଇସ ପ୍ରଜାତିର ୫ କୁକୁର

0
347

ଚୋରି, ହତ୍ୟାକାଣ୍ଡ ଓ ଅପରାଧକୁ ରୋକିବା ଦିଗରେ ସହାୟକ ହେବ

କଟକ: ଓଡ଼ିଶା ପୁଲିସରେ ଡଗ ସ୍କ୍ୱାର୍ଡ ସାମିଲ ହେଲା ବେଲଜିୟମ ମାଲେନାଇସ ପ୍ରଜାତିର ୫ଟି କୁକୁର। ଏହି କୁକୁର ବିଶେଷ କରି ଚୋରି, ହତ୍ୟାକାଣ୍ଡ ଓ ଅପରାଧକୁ ରୋକିବା ଦିଗରେ ବେଶ ସହାୟକ ହେବ । ଓଡ଼ିଶା ପୁଲିସ ମୁଖ୍ୟାଳୟ ପଡିଆରେ ଏହି ବେଲଜିୟମ ମାଲେନାଇସ କୁକୁର ବିଭିନ୍ନ କୌଶଳ ପ୍ରଦର୍ଶନ କରିଥିଲେ | ପ୍ରଥମ ପର୍ଯ୍ୟାୟରେ ଏହି ପ୍ରଜାତିର ୫ଟି କୁକୁରଙ୍କୁ କେ-୯ ସ୍କ୍ୱାର୍ଡରେ ସାମିଲ କରାଯାଇଥିବାବେଳେ ଆଗକୁ ଆହୁରି ୧୩ଟି କୁକୁରଙ୍କୁ ଏହି ସ୍କ୍ୱାର୍ଡ ରେ ସାମିଲ କରାଯିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଆଇଜି।

ଏହି ପ୍ରଜାତିର କୁକୁରମାନଙ୍କୁ ସେନା ବାହିନୀ, ନୌବାହିନୀ, ଆଇଟିବିପି ଓ ବିଏସଏଫରେ ନିୟୋଜିତ କରାଯାଇଥାଏ। ତାଲିମ ନେଇ ଆସିଥିବା ଏହି କୁକୁର ଙ୍କ ଶରୀରରେ ମାଇକ୍ରୋ ଚିପ ବ୍ୟବହାର ହୋଇଥିବା କହିଛନ୍ତି କେ୯ ସ୍କ୍ୱାର୍ଡ ଇନଚାର୍ଜ। ଆଜିର ଏହି କୌଶଳ ପ୍ରଦର୍ଶନ ରେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା, ଆଇନଶୃଙ୍ଖଳା ଏଡିଜି ଆର କେ ଶର୍ମା ,ଆଇଜି କ୍ରାଇମବ୍ରାଞ୍ଚ ଅମିତେନ୍ଦ୍ର ନାଥ ସିହ୍ନା ଓ ଆଇଜି ପର୍ସନେଲ ପ୍ରବୀଣ କୁମାରଙ୍କ ସମେତ ଅନ୍ୟ ବରିଷ୍ଠ ଆଇପିଏସ ଅଧକାରୀ ଉପସ୍ଥିତ ରହିଥିଲେ।

ଏହି ପ୍ରଜାତିର କୁକୁରଙ୍କୁ ରାଜସ୍ଥାନର ସଶସ୍ତ୍ର ସୀମା ସୁରକ୍ଷା ବଳ ବା ଏସଏସବିରେ ୯ ମାସ ତାଲିମ ପ୍ରଦାନ କରାଯିବା ପରେ ଅଣାଯାଇଛି । ଏହି ବେଲଜିୟମ ମାଲେନାଇସ କୁକୁର ବିଶେଷକରି ଚୋରି, ହତ୍ୟାକାଣ୍ଡ, ରାହାଜାନୀ ,ଡକାୟତି ସହ ମଣିଷକୃତ ଅପରାଧକୁ ଧରିବାରେ ବେଶ ସହାୟକ ହେବ ବୋଲି ଏହାର ଟ୍ରେନର କହିଛନ୍ତି । ତେବେ ଏହି କୁକୁରର ଘ୍ରାଣ ଶକ୍ତି ଏତେ ପ୍ରଖର ଯେ କୌଣସି ପରିସ୍ଥିତିରେ ଅପରାଧୀମାନଙ୍କୁ ଧରିବାରେ ସକ୍ଷମ ହୋଇପାରିବ।

Also Read  ବଡ଼ଦିନ ଓ ନୂଆବର୍ଷ ଲାଗି ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ : ଜାଣନ୍ତୁ କେଉଁଥିରେ ଲାଗିଲା କଟକଣା ?