ପୂର୍ବ ୟୁରୋପରେ ନାଟୋ ଅଧିକ ସୈନ୍ୟ ମୁତୟନ କରୁଛି

0
1507
ପୂର୍ବ ୟୁରୋପରେ ନାଟୋ ଅଧିକ ସୈନ୍ୟ ମୁତୟନ କରୁଛି
ପୂର୍ବ ୟୁରୋପରେ ନାଟୋ ଅଧିକ ସୈନ୍ୟ ମୁତୟନ କରୁଛି

ଫେବୃଆରୀ ୨୬
ଉତ୍ତର-ଆଟଲାଣ୍ଟିକ୍ ଚୁକ୍ତି ସଂଗଠନ (ନାଟୋ) ନେତାମାନେ କହିଛନ୍ତି ଯେ ରୁଷିଆ ର ୟୁକ୍ରେନ ଉପରେ ଆକ୍ରମଣ ପରେ ସେମାନେ ପୂର୍ବ ୟୁରୋପରେ ଅଧିକ ସୈନ୍ୟ ମୁତୟନ କରୁଛନ୍ତି।
୩୦ ଜଣ ନେତା ମିଳିତ ବିବୃତ୍ତିରେ କହିଛନ୍ତି ଯେ ରୁଷିଆ ସରକାରଙ୍କ ମିଥ୍ୟା ଅଭିଯୋଗ କାହାକୁ ବୋକା ବଣାଇ ପାରିବନାହିଁ I
ନଟୋ ନେତାମାନେ କହିଛନ୍ତି, ୟୁକ୍ରେନକୁ ଆକ୍ରମଣ କରିବା ପାଇଁ ରାଷ୍ଟ୍ରପତି ପୁଟିନଙ୍କ ନିଷ୍ପତ୍ତି ଏକ ଭୟଙ୍କର ଭୁଲ, ଯେଉଁଥିପାଇଁ ରୁଷିଆ କୁ ଆଗମୀଦିନରେ ଉଭୟ ଆର୍ଥିକ ଏବଂ ରାଜନୈତିକ କ୍ଷେତ୍ର ରେ ବହୁମୂଲ୍ୟ ଦେବାକୁ ପଡିବ I
ନାଟୋର ସେକ୍ରେଟେରୀ ଜେନେରାଲ୍ ଜେନ୍ସ ଷ୍ଟୋଲଟେନ୍ବର୍ଗ କହିଛନ୍ତି ଯେ ରୁଷିଆ ୟୁରୋପରେ ଶାନ୍ତି ଭଙ୍ଗ କରିଛି। ନାଟୋ ଏହାର ପ୍ରତିକ୍ରିୟା ରେ ପୂର୍ବ ୟୁରୋପରେ ଏହାର ସୈନ୍ୟବାହିନୀ ଠୁଳ କରିଛି I
ସେ କହିଛନ୍ତି ଯେ ସୁରକ୍ଷା ବ୍ଲକ ଆମର ପ୍ରତିରକ୍ଷାକୁ ମଜବୁତ କରିସାରିଛି I ଆମେରିକା, କାନାଡା ଏବଂ ୟୁରୋପୀୟ ଦେଶମାନେ ଏହି ଅଞ୍ଚଳରେ ହଜାର ହଜାର ସୈନ୍ୟ ମୁତୟନ କରିସାରିଛନ୍ତି।
ଷ୍ଟୋଲଟେନ୍ବର୍ଗ ଆହୁରି ମଧ୍ୟ କହିଛନ୍ତି ଯେ ୧୨୦ ରୁ ଅଧିକ ଜାହାଜ ଏବଂ ତିନୋଟି ଷ୍ଟ୍ରାଇକ୍ କ୍ୟାରିଅର୍ ଗ୍ରୁପ୍ ସହିତ ୟୁରୋପର ୩୦ ଟି ପ୍ରତିରକ୍ଷା ସ୍ଥାନରେ ୧୦୦ ରୁ ଅଧିକ ଯୁଦ୍ଧ ବିମାନ କୁ ରଖାଯାଇଛି I
ସେ କହିଛନ୍ତି ଯେ ନାଟୋ ଅଞ୍ଚଳର ପ୍ରତ୍ୟେକ ଇଞ୍ଚକୁ ସୈନ୍ୟବାହିନୀ ସୁରକ୍ଷା ଦେବେ I ୟୁକ୍ରେନ ଙ୍କୁ ପୁର୍ଣ ମାତ୍ରାରେ ସହଯୋଗ ଦେବାସହିତ ରୁଷିଆ ଧମକାଉଥିବା ଜର୍ଜିଆ, ମୋଲଡୋଭା ଏବଂ ବୋସନିଆ କୁ ମଧ୍ୟ ସୁରକ୍ଷା ଦିଆଯିବ I
ନାଟୋ ଏହା ସ୍ପଷ୍ଟ କରିସାରିଛି ଯେ ଏହା ୟୁକ୍ରେନକୁ ଏହା ସୈନ୍ୟ ପଠାଇବ ନାହିଁ I କାରଣ ଏହା ମଞ୍ଚର ସଦସ୍ୟ ନୁହେଁ।
ରୁଷିଆ ୟୁକ୍ରେନ ଉପରେ ଆକ୍ରମଣକୁ ତୁରନ୍ତ ବନ୍ଦ କରିବା, ୟୁକ୍ରେନରୁ ସୈନ୍ୟ ପ୍ରତ୍ୟାହାର କରିବା ଏବଂ ପୁନର୍ବାର ଶାନ୍ତିପୂର୍ଣ୍ଣ କଥାବାର୍ତ୍ତା କରିବାକୁ କହିଛି ନାଟୋ I

Also Read  Ukraine Rescue Plane Hijack Statement: A Hoax