୨୦୦ ମୂଲ୍ୟବାନ ମୂର୍ତ୍ତି କୁ ଭାରତ ବିଦେଶରୁ ଫେରାଇ ଆଣିପାରିଛି: ପ୍ରଧାନମନ୍ତ୍ରୀ

0
774
୨୦୦ ମୂଲ୍ୟବାନ ମୂର୍ତ୍ତି କୁ ଭାରତ ବିଦେଶରୁ ଫେରାଇ ଆଣିପାରିଛି: ପ୍ରଧାନମନ୍ତ୍ରୀ
୨୦୦ ମୂଲ୍ୟବାନ ମୂର୍ତ୍ତି କୁ ଭାରତ ବିଦେଶରୁ ଫେରାଇ ଆଣିପାରିଛି: ପ୍ରଧାନମନ୍ତ୍ରୀ

ଫେବୃଆରୀ ୨୭/ ୨୦୧୪ ରୁ ଆଜି ପର୍ଯ୍ୟନ୍ତ ଚୋରି ହୋଇଥିବା ପ୍ରାୟ ୨୦୦ ମୂଲ୍ୟବାନ ମୂର୍ତ୍ତି କୁ ବିଦେଶରୁ ଭାରତ ଫେରାଇ ଅଣାଯାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ I
“ଚଳିତ ମାସ ଆରମ୍ଭରେ, ଇଟାଲୀରୁ ଆମ ଦେଶର ଏକ ଅମୂଲ୍ୟଐତିହ୍ୟ କୁ ଆଣିବାରେ ଆମ ଦେଶ ସଫଳ ହୋଇଛି। ଏହା ହେଉଛି ଆଭାଲୋକିଟେଶ୍ୱର ପଦ୍ମପାନି ଙ୍କର ଏକ ହଜାର ବର୍ଷରୁ ଅଧିକ ପୁରୁଣା ମୂର୍ତ୍ତି। ଏହି ମୂର୍ତ୍ତି କିଛି ବର୍ଷ ପୂର୍ବେ କୁନ୍ଦୁଲପୁର ମନ୍ଦିର ରୁ ଚୋରି ହେଇଯାଇଥିଲା I ବହୁ କଷ୍ଟରେ ଆମେ ଏହି ପ୍ରତିମା ଫେରାଇ ଆଣିପାରିଛୁ I ‘ ମୋଦି ତାଙ୍କର ୮୬ ତମ ରେଡ଼ିଓ କାର୍ଯ୍ୟକ୍ରମ ‘ମନ କି ବାତ’ ଏ କଥା କହିଛନ୍ତି I
ଠିକ୍ ସେହିପରି, କିଛି ବର୍ଷ ପୂର୍ବେ ତାମିଲନାଡୁର ଭେଲୋରରୁ ପ୍ରଭୁ ଅଞ୍ଜାନିଆର ମୂର୍ତ୍ତି, ହନୁମାନ ଜି ଙ୍କ ମୂର୍ତ୍ତି ଚୋରି ହେଇଯାଇଥିଲା I ହନୁମାନ ଜୀଙ୍କର ଏହି ପ୍ରତିମା ମଧ୍ୟ ୬୦୦-୭୦୦ ବର୍ଷ ପୁରୁଣା ଥିଲା। ଏହି ମାସ ଆରମ୍ଭରେ ଆମେ ଏହାକୁ ଅଷ୍ଟ୍ରେଲିଆରୁ ଉଦ୍ଧାର କରିଥିଲୁ’, ମୋଦି କହିଛନ୍ତି I
ପ୍ରଧାନମନ୍ତ୍ରୀ ମୋଦୀ ଏହା ମଧ୍ୟ କହିଛନ୍ତି ଯେ ପ୍ରତ୍ୟେକ ମୂର୍ତ୍ତିର ଇତିହାସ ମଧ୍ୟ ସେ ସମୟର ପ୍ରଭାବକୁ ଦର୍ଶାଏ ଏବଂ ଏ ସବୁ ଐତିହ୍ୟ ଭାରତୀୟ ମୂର୍ତ୍ତିକଳା ଓ କାରୁକାର୍ଯ୍ୟ ର ଏକ ଏକ ଜ୍ୱଳନ୍ତ ଉଦାହରଣ I ଏହି ମୂର୍ତ୍ତିଗୁଡିକ ସହ ଆମର ବିଶ୍ୱାସ ମଧ୍ୟ ଯୋଡି ହେଇ ରହିଛି I ‘
“ଅତୀତରେ, ଅନେକ ମୂର୍ତ୍ତି ଚୋରି ହୋଇ ବିକ୍ରି ହୋଇଥିଲା I ଆମେ ଏବେ ଫେରାଇ ଆଣୁଛୁ I ଭାରତ ମାତା ଙ୍କ ପ୍ରତି ଏହା ଆମର ଦାୟିତ୍ୱ I ଏହି ପ୍ରତିମାଗୁଡ଼ିକ ଭାରତର ପ୍ରାଣର ଏକ ଅଂଶକୁ ଧାରଣ କରିଥାଏ। ଏଥିରେ ଭାରତ ର ସାଂସ୍କୃତିକ- ଐତିହାସିକ ମହତ୍ୱ ନିହିତ ରହିଛି।” ପ୍ରଧାନମନ୍ତ୍ରୀ ଏହା କହିଛନ୍ତି।
ସେ ଆହୁରି କହିଛନ୍ତି, “କିଛି ଦିନ ପୂର୍ବେ ଆପଣ ନିଶ୍ଚୟ ଧ୍ୟାନ ଦେଇଥିବେ ଯେ କାଶୀରୁ ଚୋରି ହୋଇଥିବା ମା ଅନ୍ନପୂର୍ଣ୍ଣା ଦେବୀଙ୍କ ମୂର୍ତ୍ତିକୁ ମଧ୍ୟ ଫେରାଇ ଅଣାଯାଇଥିଲା I ଏହାଦ୍ୱାରା ଭାରତ ପ୍ରତି ବିଶ୍ୱବ୍ୟାପୀ ଦୃଷ୍ଟିକୋଣରେ ପରିବର୍ତ୍ତନ ଆଣିବାରେ ସହାୟକ ହେଉଛି I ୨୦୧୩ ମସିହା ପର୍ଯ୍ୟନ୍ତ ପ୍ରାୟ ୧୩ ଟି ମୂର୍ତ୍ତି ଫେରାଇ ଅଣାଯାଇଛି I କିନ୍ତୁ, ଗତ ସାତ ବର୍ଷ ମଧ୍ୟରେ, ଭାରତ ୨୦୦ ରୁ ଅଧିକ ମୂଲ୍ୟବାନ ପ୍ରତିମାକୁ ସଫଳତାର ସହ ଫେରାଇ ଆଣିଛି। ଆମେରିକା, ବ୍ରିଟେନ, ହଲାଣ୍ଡ, ଫ୍ରାନ୍ସ, କାନାଡା, ଜର୍ମାନୀ, ସିଙ୍ଗାପୁର ଭଳି ଅନେକ ଦେଶ ଭାରତର ଏହି ଭାବନାକୁ ବୁଝି ଆମକୁ ସାହାଯ୍ୟ କରିଛନ୍ତି I ‘

Also Read  PM’s Departure Statement On The Eve Of His Visit To The Kingdom Of Saudi Arabia

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେପ୍ଟେମ୍ବର ୨୦୨୧ ରେ ଯେତେବେଳେ ସେ ଆମେରିକା ଗସ୍ତ କରିଥିଲେ, ସେତେବେଳେ ସେ ସେଠାରେ ବହୁ “ବହୁ ପୁରାତନ” ମୂର୍ତ୍ତି ଏବଂ ସାଂସ୍କୃତିକ ମହତ୍ୱ ବହନ କରୁଥିବା ଅନେକ କଳାକୃତି ସଂସ୍ପର୍ଶ ରେ ଆସିଥିଲେ ।

ସେ କହିଛନ୍ତି ଯେ ଯେତେବେଳେ ବି କୌଣସି ଅମୂଲ୍ୟ ଐତିହ୍ୟ ଦେଶକୁ ଫେରେ, ଏହା ସ୍ୱାଭାବିକ ଭାବରେ ଆମ ସମସ୍ତଙ୍କୁ ଖୁବ ଆତ୍ମସନ୍ତୋଷ ଆଣିଦିଏ I