୧୮୭ ବର୍ଷ ପରେ କାଶୀବିଶ୍ୱନାଥ ମନ୍ଦିରର ବଡ଼ ପରିବର୍ତ୍ତନ

0
469

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାଶୀ ବିଶ୍ବନାଥ ମନ୍ଦିର ଦର୍ଶନ ପାଇଁ ପହଞ୍ଚିଥିଲେ। ଚଳିତ ଥର ବିଶ୍ବନାଥ ମନ୍ଦିର ଗର୍ଭଗୃହର ଦୃଶ୍ୟ କିଛି ଭିନ୍ନ ରହିଥିଲା।୧୮୭ବର୍ଷ ପରେ ବିଶ୍ବନାଥ ମନ୍ଦିର ଗର୍ଭଗୃହର କାନ୍ଥରେ ସୁନାର ଛାଉଣି ହୋଇଛି, ଯାହାକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବହୁ ପ୍ରଶଂସା କରିବା ସହିତ ଅଦ୍ଭୁତ କାର୍ଯ୍ୟ ହୋଇଛି ବୋଲି କହିଥିଲେ।

କାନ୍ଥରେ କାରୁକାର୍ଯ୍ୟ ହୋଇଥିବା ବିଭିନ୍ନ ଦେବାବେଦୀଙ୍କ ଚିତ୍ର ଅତ୍ୟନ୍ତ ସ୍ପଷ୍ଟ ଓ ସୁନ୍ଦର ଦେଖାଯାଉଛି। ସୁନା ଛାଉଣି ପରେ ଗର୍ଭଗୃହର ସୌନ୍ଦର୍ଯ୍ୟ ଦୁଇଗୁଣିତ ହୋଇଯାଇଛି। ଗର୍ଭଗୃହର କାନ୍ଥରେ ସୁନା ଛାଉଣି ହୋଇଯିବା ପରେ ଏହା ଦୃଶ୍ୟ ସମୂର୍ଣ୍ଣ ଭାବେ ବଦଳି ଯାଇଛି ବୋଲି କହିଥିଲେ ମୋଦୀ । ଶେଷରେ ବାବାଙ୍କ ଦର୍ଶନ କରି ମନ୍ଦିର ଭିତରୁ ବାହାରି ଆସିଥିଲେ ପ୍ରଧାନମନ୍ତ୍ରୀ।

ମନ୍ଦିର ପ୍ରଶାସନର କହିବାନୁଯାୟୀ, ଗର୍ଭଗୃହରେ ସୁନା ଛାଉଣି କାମ ଶେଷ ହେବା ପରେ ରୁପାରେ ଥିବା ଚାରିଟି କବାଟ ସୁନା ଛାଉଣି ହେବ। ଏହାପରେ ମନ୍ଦିର ଉପର ଭାଗରେ ମଧ୍ୟ ସୁନା ଚାଦର ଲଗାଯିବାର ଯୋଜନା ରହିଛି। ଗର୍ଭଗୃହରେ ହୋଇଥିବା ସୁନା ଛାଉଣି କାମ ପାଇଁ ଭାରତର ଦାନଦାତାଙ୍କ ସାହାଯ୍ୟରେ ୧୨୦କିଲୋ ସୁନା ଲାଗିଛି। ଆଜିଠାରୁ ପ୍ରାୟ ୧୮୭ବର୍ଷ ପୂର୍ବେ ପଞ୍ଜାବର ତତ୍କାଳୀନ ମହାରାଜ ରଣଜିତ ସିଂ ବିଶ୍ବନାଥ ମନ୍ଦିରର ଦୁଇ ଶିଖରକୁ ସ୍ବର୍ଣ୍ଣମଣ୍ଡିତ କରିଥିଲେ। ଏଥିପାଇଁ ସାଢ଼େ ୨୨ ମହଣ ସୁନା ଲାଗିଥିବା କୁହାଯାଉଛି।

Also Read  Odisha to Commence Kharif Paddy Procurement on November 21