ଗିରଫ ପରେ ସିବିଆଇ ହେପାଜତକୁ ଗଲେ ଚିତ୍ରା

0
730

ନୂଆଦିଲ୍ଲୀ : ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) କୋ-ଲୋକେସନ୍‌ ମାମଲାରେ ଏନ୍‌ଏସ୍ଇର ପୂର୍ବତନ ସିଇଓ ଚିତ୍ରା ରାମକୃଷ୍ଣଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ରବିବାର ଚିତ୍ରାଙ୍କୁ ଗିରଫ କରାଯାଇଥିଲା। ଆଜି ତାଙ୍କୁ ସ୍ୱତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ୭ଦିନ ପାଇଁ ସିବିଆଇ ହେପାଜତକୁ ପଠାଇଦେଇଛନ୍ତି। ଏହା ସହିତ ଦିଲ୍ଲୀର ଏକ କୋର୍ଟ ପୂର୍ବତନ ଗ୍ରୁପ ଅପରେଟିଂ ଅଫିସର ଆନନ୍ଦ ସୁବ୍ରମଣ୍ୟମ୍‌ଙ୍କ ସିବିଆଇ ହେପାଜତକୁ ମାର୍ଚ୍ଚ ୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଫେବୃଆରୀ ୨୫ରେ ତାଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା। ଗିରଫ ପରେ ସିବିଆଇ ଚିତ୍ରାଙ୍କୁ ପଚରାଉଚରା କରିଥିଲା। ସେ ଠିକ୍ ଉତ୍ତର ଦେଉନାହାଁନ୍ତି ବୋଲି ସବିିଆଇର ଅଧିକାରୀମାନେ କହିଛନ୍ତି। ସେ କହିଛନ୍ତି ଯେ, ଏଥିପାଇଁ ଏଜେନ୍ସି ମଧ୍ୟ ସେଣ୍ଟ୍ରାଲ ଫୋରେନସିକ୍ ସାଇନ୍ସ ଲାବୋରେଟୋରୀରୁ ଜଣେ ବରିଷ୍ଠ ସାଇକୋଲୋଜିଷ୍ଟଙ୍କ ସହାୟତା ନେଇଛି।

ଚିତ୍ର ଏପ୍ରିଲ ୨୦୧୩ ରୁ ଡିସେମ୍ବର ୨୦୧୬ ପର୍ଯ୍ୟନ୍ତ ଏନ୍‌ଏସ୍ଇର ଏମ୍‌ଡି ଏବଂ ସିଇଓ ଥିଲେ। ଉଲ୍ଲେଖନୀୟ ବିଷୟ ହେଉଛି, ଚିତ୍ରା ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ୍ ଚଳାଇବା ଏବଂ ହିମାଳୟ ଯୋଗୀଙ୍କ ନିର୍ଦ୍ଦେଶରେ ସମ୍ବେଦନଶୀଳ ସୂଚନା ପ୍ରଘଟ କରିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ସାମିଲ ଥିବା ନେଇ ସିବିଆଇ ପୂର୍ବତନ ଗ୍ରୁପ୍ ଅପରେଟିଂ ଅଫିସରଙ୍କୁ ଗିରଫ କରିଥିଲା, ଯାହାଙ୍କୁ ଚିତ୍ରା ହିମାଳୟର ଯୋଗୀ ବୋଲି କହୁଥିଲେ। ସେ ଚିତ୍ରାଙ୍କୁ ପରାମର୍ଶ ଦେଉଥିଲେ ଏବଂ ତାଙ୍କ ନିର୍ଦ୍ଦେଶରେ କାର୍ଯ୍ୟ ଚାଲୁଥିଲା। ପାଞ୍ଚ ବର୍ଷ ମଧ୍ୟରେ ଏହି ଦୁର୍ନୀତିର ର ପରିମାଣ ୫୦,୦୦୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।

Also Read  ଆଉ ୨ଲଘୁଚାପ, ୧୦ରୁ ବଢ଼ିବ ଶୀତ : ୧୧ରୁ ଉପକୂଳରେ ପ୍ରବଳ ବର୍ଷା