ହନୁମାନ ପଇସା ପାଇଁ ଯୁବକଙ୍କୁ ଅପହରଣ

0
672

ଭୁବନେଶ୍ଵର : ହନୁମାନ ପଇସା କାରବାରରେ ଲକ୍ଷାଧିକ ଟଙ୍କାର ଠକେଇ କରିଥିବା ଯୁବକଙ୍କୁ ଅପହରଣ। ଭୁବନେଶ୍ଵର ଭରତପୁର ଅଞ୍ଚଳରୁ ଅପହୃତ ଯୁବକଙ୍କୁ ଉଦ୍ଧାର କଲା ତମାଣ୍ଡୋ ପୋଲିସ। ଅପହୃତ ହୋଇଥିବା ଯୁବକ ହନୁମାନ ପଇସା ଦେବାକୁ କହି ସାଢେ ତିନି ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ସୂଚନାନୁଯାୟୀ, କେନ୍ଦ୍ରାପଡ଼ାର ବିବେକାନନ୍ଦ ମହାଳି ହନୁମାନ ପଇସା ଦେବାକୁ କହି ସାଢେ ତିନି ଲକ୍ଷ ଟଙ୍କା ଠକି ନେଇଥିଲେ। ବିବେକାନନ୍ଦ କେନ୍ଦ୍ରାପଡ଼ାରୁ ଭୁବନେଶ୍ଵର ଆସୁଥିବା ବେଳେ କଟକ ରାସ୍ତାରେ ତାଙ୍କୁ କିଛି ଯୁବକ ଅପହରଣ କରି ନେଇଥିଲେ।

ବିବେକାନନ୍ଦଙ୍କୁ ଭରତପୁର ଅଞ୍ଚଳରେ ଥିବା ଏକ ହୋଟେଲର ୬ ମହଲା ଉପରେ ବାନ୍ଧି ନିସ୍ତୁକ ମାଡ଼ ମାରିବା ସହିତ ଘର ଲୋକଙ୍କୁ ୨୫ ଲକ୍ଷ ଟଙ୍କା ଦେବାକୁ ଅଭିଯୁକ୍ତମାନେ ଧମକ ଦେଇଥିଲେ। ଏନେଇ ବିବେକାନନ୍ଦଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଭରତପୁର ଓ ତମାଣ୍ଡୋ ଥାନା ମିଳିତ ଭାବେ ଚଢାଉ କରି ହୋଟେଲ ଭିତରୁ ଯୁବକଙ୍କୁ ଉଦ୍ଧାର କରିଛି । ଏହା ସହ ହୋଟେଲ ଭିତରୁ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ।

Also Read  ଚୀନରେ ପୁଣି ଏକ ନୂଆ ଭୂତାଣୁ