ଆଜିଠୁ ପଞ୍ଚାୟତ ବ୍ୟବସ୍ଥାର ପରୋକ୍ଷ ନିର୍ବାଚନ, ଆଜି ନାଏବ ସରପଞ୍ଚ ବାଛିବେ ୱାର୍ଡ ସଭ୍ୟ

0
537
Indirect Panchayat Election in Odisha from Today

ଭୁବନେଶ୍ବର: ସାରା ରାଜ୍ୟରେ ଆଜିଠୁ ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାରେ ହେବ ପରୋକ୍ଷ ନିର୍ବାଚନ । ଆଜି ନାଏବ ସରପଞ୍ଚ ପାଇଁ ହେବ ଭୋଟିଂ । ଭୋଟ ଦେଇ ନାଏବ ସରପଞ୍ଚଙ୍କୁ ବାଛିବେ ଓ୍ୱାର୍ଡ ମେମ୍ବର । ଏହି ନିର୍ବାଚନ ପ୍ରକ୍ରିୟାରେ କୋରମର ବ୍ୟବସ୍ଥା ଅଛି । ନାଏବ ସରପଞ୍ଚ ପାଇଁ ସକାଳ ୧୦ଟାରୁ ୧୧ଟା ଭିତରେ ପ୍ରାର୍ଥିପତ୍ର ଦାଖଲ ହେବ । ପଞ୍ଚାୟତରେ ସରପଞ୍ଚ ପୁରୁଷ ହୋଇଥିଲେ ନାଏବ ସରପଞ୍ଚ ମହିଳା ହେବେ । ତେବେ ସରପଞ୍ଚ ମହିଳା ଥିଲେ ନାଏବ ସରପଞ୍ଚ ମଧ୍ୟ ମହିଳା ରହିପାରିବେ । ସେହିପରି ଶନିବାର ରାଜ୍ୟର ୩୧୪ଟି ବ୍ଲକର ଅଧ୍ୟକ୍ଷ ପାଇଁ ନିର୍ବାଚନ ହେବ । ସମ୍ପୃକ୍ତ ବ୍ଲକର ପଞ୍ଚାୟତ ସମିତିର ସଭ୍ୟ ମାନେ ଅଧ୍ୟକ୍ଷ ଚୟନ କରିବେ । ଅନୁରୂପ ଭାବେ ରବିବାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ପାଇଁ ପରୋକ୍ଷ ନିର୍ବାଚନ ହେବାକୁ ଯାଉଛି। ତେଣୁ ପୌର ରାଜନୀତି ମଧ୍ୟରେ ପଞ୍ଚାୟତ ରାଜନୀତି ପୁଣି ଉଷ୍ମ ହେବାକୁ ଯାଉଛି।

ଶୁକ୍ରବାର ପୂର୍ବାହ୍ନ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ପଞ୍ଚାୟତସ୍ତରରେ ନିଯୁକ୍ତ ହୋଇଥବା ନିର୍ବାଚନ ଅଧିକାରୀ ପ୍ରାର୍ଥୀମାନଙ୍କୁ ନାମାଙ୍କନ ପତ୍ର ପ୍ରଦାନ କରିବେ। ୧୧ଟାରୁ ୧୧ଟା ୩୦ ମିନିଟ୍ ମଧ୍ୟରେ ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ମଧ୍ୟାହ୍ନ ୧୨ଟା ପୂର୍ବରୁ ପ୍ରାର୍ଥୀପତ୍ର ଚାହିଁଲେ ପ୍ରାର୍ଥୀ ଚାହିଁଲେ ପ୍ରତ୍ୟାହାର କରିପାରିବେ। ଯଦି ଭୋଟ ଗ୍ରହଣ ଆବଶ୍ୟକ ହୁଏ, ତେବେ ମଧ୍ୟାହ୍ନ ୧୨ଟାରୁ ୧ ଘଟିକା ପର୍ଯ୍ୟନ୍ତ ନାଏବ ସରପଞ୍ଚ ପଦ ପାଇଁ ଭୋଟ ଗ୍ରହଣ କରାଯିବ । ମତଦାନ ପରେ ମତଗଣନା କରାଯାଇ ଫଳାଫଳ ଘୋଷଣା କରାଯିବ ବୋଲି ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ କୁହାଯାଇଛି। ଏହି ପ୍ରକ୍ରିୟାକୁ ସୁରୁଖୁରରେ ସମ୍ପାଦନ ପାଇଁ କମିସନଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନାଏବ ସରପଞ୍ଚ, ବ୍ଲକ ଅଧ୍ୟକ୍ଷ/ଉପାଧ୍ୟକ୍ଷ, ଜିଲ୍ଲା ପରିଷଦ ଅଧ୍ୟକ୍ଷ/ଉପାଧ୍ୟକ୍ଷ ନିର୍ବାଚନ ନେଇ ଗତ ଫେବୃୟାରୀ ୧୫ ତାରିଖରେ ବିଧ୍ଵବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

Also Read  Secretary, Ministry of Mines, Reviews Expansion Progress And Overall Performance of NALCO