ବନ୍ଧୁକ ସହ ସେଲ୍ଫି ନେବା ହେଲା କାଳ ; ଗୁଳି ଫୁଟି ଯୁବକ ମୃତ

0
644

ଜୟପୁର : ବିଭିନ୍ନ ଘଟଣାରେ ସେଲ୍ଫି ନେବା ବେଳେ ଅନେକ ଜୀବନ ଯାଇଥିବା ନଜିର ରହିଥିବା ବେଳେ ଏଭଳି ଆଉ ଏକ ଘଟଣା ରାଜସ୍ଥାନର ଧୋଲପୁରରେ ଦେଖୀବାକୁ ମିଳିଛି। ବନ୍ଧୁକ ସହ ସେଲ୍ଫି ନେଉଥିବା ବେଳେ ଗୁଳି ଫୁଟିଯିବାରୁ ଜଣେ କଲେଜ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଯୁବକଙ୍କ ମୃତ୍ୟୁପରେ ତାଙ୍କ ପରିବାର କୌଣସି ସୂଚନା ନ ଦେଇ ଶବ ସତ୍କାର କରିବାକୁ ନେଉଥିବା ବେଳେ ପୁଲିସ ଘଟଣା ସମ୍ପର୍କରେ ଖବର ପାଇ ଶବ ଜବତ କରିଛି।

ପୁଲିସ ଦେଇଥିବା ତଥ୍ୟ ଅନୁସାରେ, ଧୋଲପୁର ଜିଲ୍ଲାର ଏକ ଗ୍ରାମରେ ରାମବିଳାସ ମିଣାଙ୍କ ୧୯ ବର୍ଷୀୟ ପୁଅ ସଚିନ ରବିବାର ସକାଳେ ସୋରିଷ ଫସଲ କାଟିବାକୁ ଜମିକୁ ଯାଇଥିଲା। ସେଠାର ସେ ଏକ ଦେଶୀ ବନ୍ଧୁକ ଧରି ସେଲ୍ଫି ନେଉଥିଲେ। ଏହି ସମୟରେ ଫୋନରେ ସେଲ୍ଫି କ୍ଲିକ୍ କରିବା ପରିବର୍ତ୍ତେ ଅନ୍ୟ ହାତରେ ଧରିଥିବା ବନ୍ଧୁକ ଟ୍ରିଗର ଚିପି ଦେଇଥିଲେ। ଫଳରେ ବନ୍ଧୁକରୁ ଗୁଳି ସଚିନଙ୍କ ମୁଣ୍ଡରେ ବାଜିଥିଲା। ସଚିନ ଘଟଣାସ୍ଥଳରେ ହିଁ ଟଳି ପଡିଥିଲେ।

Also Read  ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୬ଟି ଜିଲ୍ଲାରୁ ୧୦ ଜଣ କରୋନା ପଜିଟିଭ ଚିହ୍ନଟ