ଋଷ ବିରୋଧରେ ଲଢିବା ପାଇଁ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇବ ଆମେରିକା

0
402
joe-biden-provide-weapons-to-ukraine-to-defend-against-russia

କିଭ୍‌: ୟୁକ୍ରେନ୍ ଉପରେ ରୁଷର ଘନ ଘନ ଆକ୍ରମଣ ଜାରି ରହିଛି। ଦୁଇ ଦେଶ ମଧ୍ୟରେ ଘମାଘୋଟ ଯୁଦ୍ଧରେ ଶହ ଶହ ସଂଖ୍ୟାରେ ସୈନିକ ଓ ସାଧାରଣ ଲୋକଙ୍କ ମୃତ୍ୟୁ ହେଲାଣି। ଦିନକୁ ଦିନ ତୀବ୍ର ହେବାରେ ଲାଗିଛି ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ । ୨୦ ଦିନରେ ୨୦ ସହରରେ ଚାଲିଛି ଧ୍ୱଂସର ତାଣ୍ଡବ । ଏହାରି ଭିତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ବଡ଼ ଘୋଷଣା । ଋଷ୍ ବିରୋଧରେ ଲଢ଼ିବା ପାଇଁ ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବ ବୋଲି ଘୋଷଣା କରିଛନ୍ତି ବାଇଡେନ୍ । ଏହାସହ ସେ ୟୁକ୍ରେନକୁ ମାନବୀୟ ସହାୟତା ଓ ସେଠାରେ ଥିବା ଶରଣାର୍ଥୀଙ୍କୁ ଆମେରିକାରେ ରହିବାକୁ ଦିଆଯିବା ନେଇ ମଧ୍ୟ ଘୋଷଣା କରିଛନ୍ତି ।

ଏକ ଟ୍ୱିଟ୍ କରି ବାଇଡେନ୍ ଲେଖିଛନ୍ତି କି, ଋଷ ବିରୋଧରେ ଲଢ଼େଇ ପାଇଁ ଆମେ ୟୁକ୍ରେନକୁ ଆବଶ୍ୟକ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବୁ । ଏହାସହ ୟୁକ୍ରେନକୁ ଅର୍ଥ, ଖାଦ୍ୟ ଓ ଅନ୍ୟାନ୍ୟ ସହାୟତା ମଧ୍ୟ କରିବୁ ବୋଲି ଟ୍ୱିଟ୍ କରି ଲେଖିଛନ୍ତି ବାଇଡେନ୍ । ଆମେରିକା ବର୍ଷକ ମଧ୍ୟରେ ୟୁକ୍ରେନକୁ ୧.୨ ବିଲିୟନ୍ ଡଲାରରୁ ଅଧିକ ଅର୍ଥରାଶିର ସୁରକ୍ଷା ସହାୟତା ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେଇଛି । କେବଳ ଆମେରିକା ନୁହେଁ ଅନେକ ୟୁରୋପୀୟ ଦେଶଗୁଡ଼ିକ ମଧ୍ୟ ୟୁକ୍ରେନକୁ ସହାୟତା କରିବାକୁ ଆଗକୁ ଆସିଛନ୍ତି ।

Also Read  ଜେଲେନସ୍କିଙ୍କୁ ପରମାଣୁ ଅସ୍ତ୍ର ବି କ୍ଷତି କରିପାରିବନି : ୟୁକ୍ରେନର ପୂର୍ବତନ ପ୍ରଧାନମନ୍ତ୍ରୀ

LEAVE A REPLY

Please enter your comment!
Please enter your name here