ପଥରରେ ଛେଚି ମହିଳାଙ୍କୁ ବିଭତ୍ସ ହତ୍ୟା !

0
521

ଖଲ୍ଲିକୋଟ,୧୬/୩ : ରାସ୍ତାକଡ଼ରୁ ମହିଳାଙ୍କ ମୃତଦେହ ଠାବ । ପଥରରେ ଛେଚି ମହିଳାଙ୍କୁ ହତ୍ୟା କରାଯାଇଥିବା ସୂଚନା । ଏବେ ଯାଏଁ ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଖବର ଅନୁଯାୟୀ, ବୁଧବାର ସକାଳ ସମୟରେ ଗଞ୍ଜାମ ଜିଲ୍ଲା ବଡ଼ ଘାଟିରୁ ଖଲ୍ଲିକୋଟକୁ ସଂଯୋଗ କରୁଥିବା ରାସ୍ତା କଡ଼ରେ ଜଣେ ଅଜଣା ମହିଳାଙ୍କ ରକ୍ତାକ୍ତ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏହାପରେ ସ୍ଥାନୀୟଲୋକେ ତୁରନ୍ତ ଏ ସଂପର୍କରେ ପୋଲିସକୁ ସୂଚନା ଦେଇଥିଲେ ।

ଖବରପାଇ ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ, ଥାନା ଏସଆଇ ଦେବାଶିଷ ମିଶ୍ର, ହିମାନଶୁଂ ଶେଖର ପାତ୍ର ଓ ଭେଜିପୁଟ ଫାଣ୍ତି ଅଧିକାରୀ ପି ସ୍ବରୁପ କିଶାନ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛନ୍ତି । ତେବେ କେହି ଦୁର୍ବୃତ୍ତ ମହିଳାଙ୍କୁ ପଥରରେ ଛେଚି ହତ୍ୟା କରିଥିବା ଅନୁମାନ କରାଯାଉଛି । ପୋଲିସ ତଦନ୍ତ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟଲୋକେ ଆଶା ରଖିଛନ୍ତି ।

Also Read  ଏଥର ଭକ୍ତ ଦେଖିବେ ସ୍ନାନଯାତ୍ରା, ହେଲେ ସ୍ନାନ ବେଦିରେ ଶ୍ରୀବିଗ୍ରହଙ୍କୁ କରିପାରିବେନି ସ୍ପର୍ଶ

LEAVE A REPLY

Please enter your comment!
Please enter your name here