ରୁଷର ରକେଟ ମାଡ଼ରେ ୟୁକ୍ରେନ ଅଭିନେତ୍ରୀଙ୍କ ମୃତ୍ୟୁ, ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା

0
623
ukraine-actress-oksana-shvets-killed-in-russian-rocket-attack

କିଭ୍: ଋଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଘମାଘୋଟ ଲଢ଼େଇ । ୟୁକ୍ରେନ ରାଜଧାନୀ କିଭକୁ ଦଖଲ କରିବା ପାଇଁ ଋଷ ଜୋରଦାର ଆକ୍ରମଣ କରୁଛି। ଏହା ମଧ୍ୟରେ ୨୩ ଦିନରେ ପହଁଚିଛି ୟୁକ୍ରେନ ଋଷ ଯୁଦ୍ଧ । ୨୪ ଫେବ୍ରୁଆରୀରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ ସେନା ଯବାନଙ୍କ ସହିତ ସାଧାରଣ ନାଗରିକ ବି ଏହାର ଶିକାର ହେଉଛନ୍ତି । ୟୁକ୍ରେନରେ ବଡ ସଂଖ୍ୟାରେ ଲୋକଙ୍କ ଜୀବନ ଯାଉଛି । ଆଉ ଏଥିରୁ ବାଦ ପଡିନାହାନ୍ତି ୟୁକ୍ରେନର ଜଣେ ଅଭିନେତ୍ରୀ । ଋଷର ଆକ୍ରମଣରେ ମୃତ୍ୟୁବରଣ କରିଛନ୍ତି ୟୁକ୍ରେନର ଜଣେ ଅଭିନେତ୍ରୀ ଓକସାନା ସ୍ୱେତସ । ତାଙ୍କ ଟ୍ରୁପ୍ ୟଙ୍ଗ ଥିଏଟର ଏକ ବିବୃତ୍ତି ଜାରି କରି ଓକ୍ସାନାଙ୍କ ମୃତ୍ୟୁକୁ ସ୍ପଷ୍ଟ କରିଛି । ଅକ୍ସାନାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ତାଙ୍କୁ ୟୁକ୍ରେନର ସର୍ବୋଚ୍ଚ କଳା ସମ୍ମାନ ପ୍ରଦାନ କରାଯାଇଥିଲା ।

ସାଧାରଣ ନାଗରିକଙ୍କ ଉପରେ ରୁଷର ଆକ୍ରମଣର ଭୟଙ୍କର ପ୍ରଭାବ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ତାଙ୍କ ରୁଷ ପ୍ରତିପକ୍ଷ ଭ୍ଲାଦିମିର ପୁଟିନଙ୍କୁ ଜଣେ ଯୁଦ୍ଧ ଅପରାଧୀ ବୋଲି ବର୍ଣ୍ଣନା କରିଛନ୍ତି। ତାଙ୍କ ମନ୍ତବ୍ୟ ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ରୁଷ ଏହାକୁ ଏକ ରାଷ୍ଟ୍ର ମୁଖ୍ୟଙ୍କ ଦ୍ୱାରା ‘ଅକ୍ଷମଣୀୟ ବୟାନ’ ବୋଲି କହିଛି। ହ୍ବାଇଟ ହାଉସରେ ବାଇଡେନ ଗଣମାଧ୍ୟମକୁ କହିଛନ୍ତି ଯେ ମୁଁ ଭାବୁଛି ସେ (ପୁଟିନ) ଜଣେ ଯୁଦ୍ଧ ଅପରାଧୀ।

Also Read  ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର