ଶ୍ରୀଲଙ୍କାରେ ହାହାକାର : ପେଟ୍ରୋଲ ଦର ୨୫୪, ଡିଜେଲ ଦର ୧୭୬

0
776

ନୂଆଦିଲ୍ଲୀ: ଅଭାବୀ ଭିତରେ ସୁନାର ଲଙ୍କା । ସୁନାର ଲଙ୍କା କୁହାଯାଉଥିବା ଶ୍ରୀଲଙ୍କାରେ ବର୍ତ୍ତମାନ ଅର୍ଥନୈତିକ ସଂକଟ ଦେଖାଦେଇଛି । ଶ୍ରୀଲଙ୍କାରେ ଅର୍ଥନୈତିକ ଅବସ୍ଥା ବର୍ତ୍ତମାନ ଶୋଚନୀୟ ହୋଇପଡ଼ିଛି । ଶ୍ରୀଲଙ୍କର ଜନସଂଖ୍ୟା ୨.୨ କୋଟି ହୋଇଥିବା ବେଳେ ବଜାରରେ ବିଭିନ୍ନ ନିତ୍ୟ ଆବଶ୍ୟକ ସାମଗ୍ରୀର ଦାମ୍ ହୁହୁ ହୋଇ ବଢ଼ିଚାଲିଛି । ଯାହା ଫଳରେ ଶ୍ରୀଲଙ୍କାର ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପୂର୍ବରୁ ଶ୍ରୀଲଙ୍କାର ଅର୍ଥନୈତିକ ସ୍ଥିତିରେ କିଛି ଅସୁବିଧା ଦେଖା ଦେଇଥିଲା । ଯାହା ଏବେ ବଡ଼ ଧରଣରୁ ବିପଦକୁ ଟାଣି ଆଣିଛି । ବଜାରର ଦାମ୍ ଅଣାୟତ୍ତ ହୋଇପଡ଼ିଛି । କ୍ଷୀର, ପାଉଁରୁଟି, ଚିନି, ଚାଉଳ ଭଳି ଦୈନନ୍ଦିନ ଜିନିଷର ମୂଲ୍ୟ ଆକାଶ ଛୁଆଁ ହୋଇଛି ।

Also Read  ଯୁବକଙ୍କୁ ଚପଲ ମାଳ ପିନ୍ଧାଇ ଚଳନ୍ତା ଟ୍ରକ ଆଗରେ ବାନ୍ଧି ଗାଡି ଚଲାଇବା ଘଟଣା: ଜଣଙ୍କୁ ଗିରଫ କଲା ପୋଲିସ୍