ଜୁନ ୩୦ରୁ ଆରମ୍ଭ ଅମରନାଥ ଯାତ୍ରା

0
937

ନୂଆଦିଲ୍ଲୀ: ୨ ବର୍ଷ ପରେ ପୁଣି ଆରମ୍ଭ ହେବାକୁ ଯାଉଛି ଅମରନାଥ ଯାତ୍ରା । କରୋନା କଟକଣା ମଧ୍ୟରେ ୪୭ ଦିନ ପାଇଁ ପ୍ରଶାସନ ଅନୁମତି ଦେଇଛି। ଅମରନାଥ ଯାତ୍ରା ଜୁନ ୩୦ରୁ ଆରମ୍ଭ ହେବ। ଏନେଇ ଜମ୍ମୁ-କାଶ୍ମୀର ରାଜ୍ୟପାଳଙ୍କ କାର୍ଯ୍ଯାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଯାତ୍ରା ସମୟରେ କୋଭିଡ ନିୟମକୁ କଡାକଡି ଭାବରେ ପାଳନ କରାଯିବ। ସୂଚନା ଅନୁଯାୟୀ, ଜମ୍ମୁ –କାଶ୍ମୀରର ଉପ-ରାଜ୍ୟପାଳ ମନୋଜ ସିହ୍ନା ଆଜି ଅମରନାଥ ବୋର୍ଡ ସହ ଏକ ବୈଠକ କରିଥିଲେ । ବୈଠକ ପରେ ଜୁନ ୩୦ ରୁ ଯାତ୍ରା ଆରମ୍ଭ ହେବ ବୋଲି ରାଜ୍ୟପାଳଙ୍କ କାର୍ଯ୍ଯାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି ।

Also Read  ନାବାଳିକାଙ୍କୁ ଦୁଷ୍କର୍ମ କଲେ, ପୀଡିତା ଅଭିଯୋଗ କରିବାରୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଲେ