ପେଟ୍ରୋଲ ପମ୍ପରେ ଫୁଟିଲା ଗୁଳି, ଜଣେ କର୍ମଚାରୀ ଗୁରୁତର

0
397
Police Inspector Injured In Firing From His Own Service Revolver

ଭୁବନେଶ୍ୱର: ରାଜଧାନୀରେ ଗୁଳିମାଡ଼ । ପେଟ୍ରୋଲ ପମ୍ପରେ ଫୁଟିଲା ଗୁଳି । ଏଥିରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ପେଟ୍ରୋଲ ପମ୍ପରେ ଗତକାଲି ରାତିରେ ଏହି ଗୁଳିମାଡ଼ ହୋଇଛି । ଗୁରୁତର ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଗତକାଲି ରାତିରେ ପେଟ୍ରୋଲ ପମ୍ପକୁ ବାଇକରେ ତେଲ ପକାଇବାକୁ ୨ ଜଣ ଯୁବକ ଆସିଥିଲେ । ପେଟ୍ରୋଲ ପକାଇବାକୁ ନେଇ କର୍ମଚାରୀ ଓ ବାଇକ୍ ଆରୋହୀଙ୍କ ଭିତରେ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଦୁର୍ବୃତ୍ତ ଗୁଳିମାଡ଼ କରି ସେଠାରୁ ଚମ୍ପଟ ମାରିଥିଲେ । ଏଥିରେ ପେଟ୍ରୋଲ ପମ୍ପର ଜଣେ କର୍ମଚାରୀ ଆହତ ହୋଇଛନ୍ତି । ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ଦୁର୍ବୃତ୍ତଙ୍କୁ ଧରିବାକୁ ତନାଘନା ତଦନ୍ତ ଚଳାଇଛି ଲକ୍ଷ୍ମୀସାଗର ଥାନା ପୋଲିସ ।

Also Read  ଫିଲ୍ମ ‘ଦ କାଶ୍ମୀର ଫାଇଲ୍ସ’ ପରେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ବଡ ଘୋଷଣା, ନିର୍ମାଣ ହେବ ‘ଦ ଦିଲ୍ଲୀ ଫାଇଲ୍ସ’