ଭାରତ ବନ୍ଦର ପ୍ରଭାବ: ଆମ୍ବୁଲାନ୍ସ ଛାଡିଲେନି ଆନ୍ଦୋଳନକାରୀ

0
448

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଭାରତ ବନ୍ଦର ପ୍ରଭାବ । ସକାଳୁ ସକାଳୁ ପିକେଟିଂ କରି ରାସ୍ତା ଅବରୋଧ । ଏପରିକି ରୋଗୀଙ୍କୁ ଧରି ଯାଉଥିବା ଆମ୍ବୁଲାନ୍ସକୁ ମଧ୍ୟ ବାଟ ଛାଡି ନାହାନ୍ତି ଆନ୍ଦୋଳନକାରୀ । ଜୟଦେବବିହାର ଛକରେ ବାଧ୍ୟହୋଇ ପଛକୁ ଫେରିଛି ଆମ୍ବୁଲାନ୍ସ । ପୂର୍ବରୁ ବନ୍ଦ ପାଳନ ବେଳେ ଏଭଳି କେବେ ଦେଖିବାକୁ ମିଳିନଥିଲା । ଜରୁରୀ ସେବାକୁ ବାଦ ଦେଇ ହେଉଥିଲା ବନ୍ଦ ପାଳନ । ହେଲେ ରାଜଧାନୀ ଭୁବନେଶ୍ୱରରେ ଆନ୍ଦୋଳନକାରୀ ଆମ୍ବୁଲାନ୍ସକୁ ମଧ୍ୟ ବାଟ ଛାଡି ନାହାନ୍ତି ।

୧୨ ଦଫା ଦାବିରେ ବନ୍ଦ ଡାକରା ଦେଇଛନ୍ତି ଟ୍ରେଡ୍ ୟୁନିୟନ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଆଇନ୍ ବୃହତ୍ତ ଭାବେ କର୍ମଚାରୀ, କୃଷକ ଓ ସାଧାରଣ ଲୋକଙ୍କୁ ପ୍ରଭାବିତ କରୁଛି । ଏସବୁ ବିରୋଧରେ ବନ୍ଦ ଡାକରା ଦିଆ ଯାଇଥିବା କହିଛି ଟ୍ରେଡ୍ ୟୁନିଅନ୍ । ଆନ୍ଦୋଳନକୁ ବ୍ୟାଙ୍କ, ବୀମା, ନିର୍ମାଣ ଶ୍ରମିକ, ବିଜୁଳି କର୍ମଚାରୀ, ଟ୍ରାନ୍ସପୋର୍ଟ କର୍ମଚାରୀ ସଂଘଗୁଡିକ ସମର୍ଥନ ଜଣାଇଛନ୍ତି ।

Also Read  ଗିରଫ ଭୟରେ ଶାଳୀଙ୍କୁ ସୁନା ଅଳଙ୍କାର ଦେଇଦେଇଥିଲେ କୋଟିପତି ଯନ୍ତ୍ରୀ