ପାନୀୟ ଜଳ ପ୍ରକଳ୍ପ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ଦଳର ଉଦବେଗ

0
951

ଭୁବନେଶ୍ବର: ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ବିଳମ୍ବ ନେଇ ଗୃହରେ ଆଲୋଚନା ବେଳେ ଗୃହରେ ଉଠିଛି ପିଇବା ପାଣି ପ୍ରସଙ୍ଗ। ଖରାଦିନେ ପିଇବା ପାଣିର ସମସ୍ୟା ନେଇ ଗୃହରେ ଉଦବେଗ ଦେଖିବାକୁ ମିଳିଛି। ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟ ଏହି ପ୍ରସଙ୍ଗ ଉଠାଇବା ସହ ଅସନ୍ତୋଷ ପ୍ରକାଶ କରିଛନ୍ତି । ଖରାଦିନେ ପିଇବା ପାଣିର ଘୋର ସଙ୍କଟ ଦେଖା ଦେଇଛି। କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଓ ତାରା ପ୍ରସାଦ ବାହିନୀପତି ଉଠାଇଛନ୍ତି । ମେଗା ପାଇପ ପାଣି ପହଞ୍ଚିବା ପର୍ଯ୍ୟନ୍ତ କେଉଁ ବ୍ୟବସ୍ଥା ସରକାର କରୁଛନ୍ତି ବୋଲି ଗୃହରେ ପ୍ରଶ୍ନ କଲେ ଶାସକ ଦଳ ବିଧାୟକ ପ୍ରଦୀପ ଅମାତ।

ଯଦି ନ ହୋଇଛି ତେବେ ନୂଳକୂପ ଯୋଗେ ପାଣି ଯୋଗାଇବାକୁ ଗୃହରେ ଦାବି ରଖିଲେ। ସମସ୍ତଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ରାଜ୍ୟ ସରକାରଙ୍କ ଦାୟିତ୍ୱ। ମାତ୍ର ୨୨ ବର୍ଷ ଭିତରେ ୯ ଗୋଟି ପାନୀୟ ଜଳ ପ୍ରକଳ୍ପ ହୋଇ ପାରିଛି ବୋଲି କହି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପୁରୁଣା ପ୍ରକଳ୍ପ ସବୁ ଅଚଳ, ବୃହତ ପ୍ରକଳ୍ପକୁ ଅପେକ୍ଷା କଲେ ଆମେ କରିବୁ କ । ତେଣୁ ସରକାର ନିର୍ଦ୍ଦିଷ୍ଟ ଭାବେ ଆମକୁ କୁହନ୍ତୁ କଣ କରୁଛନ୍ତି ବୋଲି କହିଛନ୍ତି ମୋହନ ମାଝୀ।

ସେପଟେ ମନ୍ତ୍ରୀ ପ୍ରତାପ ଜେନା ଉତ୍ତରରେ କହିଛନ୍ତି, ଚଳିତ ବର୍ଷ ଶେଷ ସୁଦ୍ଧା ରାଜ୍ୟର ସମସ୍ତ ପୌରାଞ୍ଚଳରେ ସବୁ ଘରକୁ ପାଇପ ଯୋଗେ ପିଇବା ପାଣି ଯୋଗାଇବେ ସରକାର। ୨୦୨୪ ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମାଞ୍ଚଳରେ ସବୁ ଘରକୁ ପାଇପ ଯୋଗେ ପାଣି ଯୋଗାଇ ଦେବାକୁ ସରକାର ଲକ୍ଷ୍ୟ ରଖିଥିବା କହିଛନ୍ତି। ଉଭୟ ଶାସକ ବିରୋଧୀ ମନ୍ତ୍ରୀଙ୍କୁ ଘେରିବା ପରେ ମନ୍ତ୍ରୀ କେନ୍ଦ୍ର ଆଡ଼କୁ ଦୋଷ ଠେଲିଲେ। କହିଲେ ଏବେ କାହିଁକି କେନ୍ଦ୍ର ସରକାର ଜଳ ଜୀବନ ମିଶନ ପ୍ରକଳ୍ପ ହାତକୁ ନେଲେ। ଆଗରୁ ନଗଣ୍ୟ ଅର୍ଥ ଦେଉଥିଲେ, ଯେଉଁଥି ପାଇଁ ହାତରୁ ଅଧିକ ଅର୍ଥ ବ୍ୟୟ ବରାଦ କରି ପାନୀୟ ଜଳ ଯୋଗାଉ ଥିଲେ।

Also Read  ଆଜିଠୁ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟି-୨୦ ସିରିଜ୍; ଓପନ କରିପାରନ୍ତି ରୋହିତ-ପନ୍ତ ଯୋଡି

LEAVE A REPLY

Please enter your comment!
Please enter your name here