ଶେଷ ହେଲା ବିଧାନସଭା ଅଧିବେଶନ, ପାରିତ ହେଲା ବ୍ୟୟ ମଞ୍ଜୁରୀ ବିଲ୍‌

0
189
house-adjourned-due-to-oppositions-hohalla-on-ruchika-suicide-iisue

ଭୁବନେଶ୍ୱର: ସରିଲା ବିଧାନସଭା ଅଧିବେସନ । ସମୁଦାୟ ୬ଟି କାର୍ଯ୍ୟ ଦିବସ ରହିଥିଲା । ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୧ଲକ୍ଷ ୬ହଜାର ୪୯୮କୋଟି ଟଙ୍କାର ଲେଖାନୁଦାନକୁ ଆଜି ଗୃହର ମଞ୍ଜୁରୀ ମିଳିବା ସହ ବିଧାନସଭାର ୬ ଦିନିଆ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ନିମନ୍ତେ ମୁଲତବୀ ଘୋଷଣା ହୋଇଛି ।

ଆଜି ବିଧାନସଭାରେ ବ୍ୟୟମଞ୍ଜୁରୀ ବିଲ୍ (ଲେଖାନୁଦାନ) ଆଗତ ହେବା ସହ ଏହା ଉପରେ ଆଲୋଚନା ହେବାପରେ ତାହା ଗୃହର ଅନୁମୋଦନ ଲାଭ କରିଛି । ଏହି ୬ ଦିନିଆ ଅଧିବେଶନରେ ୫ଟି ସରକାରୀ ବିଲ୍ ଉପସ୍ଥାପନ ହେବା ସହ ତାହା ପାରିତ ହୋଇଛି । ୫ଟି ସିଏଜି ରିପୋର୍ଟ, ୨୨ଟି ବାର୍ଷିକ ରିପୋର୍ଟ ମଧ୍ୟ ଗୃହରେ ଉପସ୍ଥାପିତ ହୋଇଛି । ୪ଟି ଅଧ୍ୟାଦେଶକୁ ମଧ୍ୟ ଗୃହରେ ଆଗତ କରାଯାଇଥିଲା । ଏହି ଅଧିବେଶନରେ ମାତ୍ର ଦୁଇଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରିଛି ।

ଆଜି ବିଧାନସଭା ବଜେଟ୍ ଅଧିବେଶନର ଶେଷ ଦିନ ଥିଲା। ପ୍ରଶ୍ନ କାଳରେ ଜଳସମ୍ପଦ, ଯୋଜନା ସଂଯୋଜନା, କ୍ରୀଡା ଓ ଯୁବ ବ୍ୟାପାର, ସୂଚନା ଓ ଲୋକସଂପର୍କ , ବାଣିଜ୍ୟ, ପରିବହନ, ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗର ଆଲୋଚନା ହୋଇଥିଲା । ସେହିପରି ଅପରାହ୍ନରେ ଗୃହରେ ବ୍ୟୟମଞ୍ଜୁରୀ ବିଲ୍‌ ଆଗତ କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ଏହା ଗୃହରେ ପାରିତ ହୋଇଛି ।

Also Read  Odisha Reports Two Omicron Cases; Both Are Foreign Returnees

LEAVE A REPLY

Please enter your comment!
Please enter your name here