୧୫ ନିୟୁତ ବ୍ୟାରେଲ୍‌ ତୈଳ ଖରିଦ ଉପରେ ଭାରତକୁ ବିପୁଳ ରିହାତି ଦେବ ରୁଷ୍‌

0
790

ନୂଆଦିଲ୍ଲୀ: ପ୍ରତ୍ୟକ୍ଷ ତୈଳ ଖରିଦ ଉପରେ ରୁଷ୍‌ ଭାରତକୁ ବିପୁଳ ରିହାତି ଦେବାକୁ କହିଛି ବୋଲି ଗୁରୁବାର ଦିନ ‘ବ୍ଲୁମ୍‌ବର୍ଗ’ ରିପୋର୍ଟ କରିଛି। ୟୁକ୍ରେନ୍‌ ଆକ୍ରମଣ ଯୋଗୁଁ କଠୋର କଟକଣା ଜାରି କରାଯିବାରୁ ରୁଷ୍‌ରୁ ଅନ୍ୟ ତୈଳ ବିକ୍ରୟ କରି ପାରୁ ନ ଥିବାରୁ ଭାରତକୁ ଏଭଳି ଅଫର୍‌ ଦେଇଥିବା କଥା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।

ଭାରତକୁ ବ୍ୟାରେଲ୍‌ ପିଛା ୩୫ ଡଲାର୍‌ ମୂଲ୍ୟରେ ଅତ୍ୟନ୍ତ ଉଚ୍ଚ ମାନର ତୈଳ ବିକ୍ରି କରିବାକୁ ଚାହୁଁଛି। ବିଶ୍ବ ବଜାରରେ ଏହି ତୈଳର ମୂଲ୍ୟ ବ୍ୟାରେଲ୍‌ ପିଛା ୪୫ ଡଲାର୍‌ ହୋଇପାରେ। ପ୍ରଥମ ପର୍ଯ୍ୟାୟରେ ଭାରତ ରୁଷ୍‌ ଠାରୁ ୧୫ ନିୟୁତ ବ୍ୟାରେଲ୍‌ ତୈଳ ଖରିଦ କରିବାକୁ ଚାହୁଁଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।

ନିଜସ୍ବ ‘ଏସ୍‌ପିଏଫ୍‌ଏସ୍‌’ ଆର୍ଥିକ ମେସେଜିଙ୍ଗ୍‌ ବ୍ୟବସ୍ଥା ମାଧ୍ୟମରେ ରୁପି-ରୁବେଲ୍‌ ବିନିମୟକୁ ଆଧାର କରି ପ୍ରାପ୍ୟ ଗ୍ରହଣ କରିବା ନିମନ୍ତେ ରୁଷ୍‌ କହିଥିବାରୁ ରୁଷ୍‌ ସହିତ ଅଧିକ ବାଣିଜ୍ୟ ବ୍ୟବସାୟ କରିବା ଲାଗି ଭାରତ ଆଗ୍ରହୀ ହୋଇପାରେ ବୋଲି ମଧ୍ୟ ‘ବ୍ଲୁମ୍‌ବର୍ଗ’ ରିପୋର୍ଟ କରିଛି।

ସୂଚନାଯୋଗ୍ୟ, ମସ୍କୋ ‘ଏସ୍‌ଡବ୍ଲୁଆଇଏଫ୍‌ଟି’ରୁ ନିଷିଦ୍ଧ ହେବା ପରେ ‘ଏସ୍‌ପିଏଫ୍‌ଏସ୍‌’ ବ୍ୟବସ୍ଥା ପ୍ରଚଳନ କରିଛି।

ଜୀବାଶ୍ମ ତୈଳ ପାଇଁ ଭାରତ ବିଦେଶୀ ରାଷ୍ଟ୍ର ଉପରେ ନିର୍ଭର କରିଥାଏ। ଭାରତ ତା’ର ଆବଶ୍ୟକତାର ୮୫% ତୈଳ ଆମଦାନି କରିଥାଏ। ତେଣୁ, ଇରାକ୍‌ ୨୩%, ସାଉଦି ଆରବ ୧୮% ଏବଂ ସଂଯୁକ୍ତ ଆରବ ଏମିରେଟ୍‌ସ୍‌ ୧୧% ତେଲ ଭାରତକୁ ରପ୍ତାନି କରିଥାଏ।

Also Read  “ହୁ’ର ଚେତାବନୀ : ନୂଆ ଭାରିଆଣ୍ଟ ଘାତକ ସାଜିବ !