ଶ୍ରୀନଗରରେ ସିଆରପିଏଫ ଯବାନଙ୍କ ଉପରେ ଆତଙ୍କବାଦୀ ହମଲା: ଜଣେ ସହିଦ୍, ଜଣେ ଆହତ

0
317
terrorist-attack-in-srinagar

ଶ୍ରୀନଗର: ଶ୍ରୀନଗରରେ ପୁଣି ଆତଙ୍କବାଦୀ ଆକ୍ରମଣ। ସୋମବାର ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ସୁରକ୍ଷା ଯବାନ ସହିଦ ହୋଇଥିବା ବେଳେ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି। ତେବେ କିଛିଦିନ ଭିତରେ ହୋଇଥିବା ଆକ୍ରମଣ ମଧ୍ୟରୁ ଏହା ବଡ଼ ଆକ୍ରମଣ ବୋଲି କୁହାଯାଉଛି। ତେବେ ଆକ୍ରମଣ ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏବେ ଘଟଣା ଘଟିଥିବା ଅଞ୍ଚଳକୁ ଘେରାଉ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ସେନା।

ଗତକାଲି ସୁରକ୍ଷା ବାହିନୀ ଜମ୍ମୁ-କଶ୍ମୀରର ବିଭିନ୍ନ ଅଞ୍ଚଳରୁ ୪ ଜଣ ଲସ୍କର-ଏ-ତୋଏବା ସହଯୋଗୀଙ୍କୁ ଗିରଫ କରିଥିଲେ। ବାନ୍ଦିପୋରା ପୁଲିସ ଦୁଇଟି ଆତଙ୍କବାଦୀ ଆଡ୍ଡାର ପର୍ଦ୍ଦାଫାଶ କରି ନିଷିଦ୍ଧ ସଂଗଠନ ଲସ୍କର-ଏ-ତୋଏବାର ଚାରି ଜଣ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରିଥିଲା। ପୁଲିସ କହିଥିଲା ଯେ ଅଭିଯୁକ୍ତମାନେ ଜିଲ୍ଲାରେ ଆତଙ୍କବାଦୀଙ୍କ ପାଇଁ ଲଜିଷ୍ଟିକ୍‌ ଏବଂ ପରିବହନ ସମନ୍ଵୟ ରକ୍ଷା କରୁଥିଲେ। ଆତଙ୍କବାଦୀମାନେ ସୁରକ୍ଷା ଯବାନ ଓ ଜାମ୍ମୁକାଶ୍ମୀର ପୁଲିସଙ୍କ ଉପରେ ଟାର୍ଗେଟ କରୁଛନ୍ତି। କିଛ ଦିନ ପୂର୍ବରୁ ଜାମ୍ମୁ-କାଶ୍ମୀର ବଡ଼ ଗାମ୍‌ ଜିଲ୍ଲାରେ ଦୁଇ ଜଣ ପୁଲିସ କର୍ମୀଙ୍କୁ ହତ୍ୟା କରିଥିଲେ। ତେବେ ଆଜିର ଏହି ଆତଙ୍କବାଦୀ ଆକ୍ରମଣ ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋର୍‌ ଦାର କରାଯାଇଛି।

Also Read  Focus on BJP central leadership over next course of action in Manipur