କମ୍ବିଂ ଅପରେସନ ପାଇଁ ଚାଲିଥିଲା ଟ୍ରେନିଂ: ଯବାନଙ୍କୁ କଚାଡି ଦେଲା ଦନ୍ତା,୬ ଗୁରୁତର

0
1424

ବାରଙ୍ଗ: ଚନ୍ଦକା ଜଙ୍ଗଲରେ ଅଘଟଣ । ଟ୍ରେନିଂ ବେଳେ ହାତୀ କଲେ ଆକ୍ରମଣ । ଏଥିରେ ୬ ଜଣ ଏସ୍‌ଓଜି ଯବାନ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । ଚନ୍ଦକା ଜଙ୍ଗଲ ଭିତରେ ଏସ୍‌ଓଜି ଯବାନମାନଙ୍କ ପକ୍ଷରୁ କମ୍ବିଂ ଅପରେସନ ଲାଗି ଟ୍ରେନିଂ ଚାଲିଥିଲା । ଠିକ୍‌ ସମୟରେ କିଛି ଜଙ୍ଗଲୀ ହାତୀ ଯବାନମାନଙ୍କୁ ଆକ୍ରମଣ କରିଥିଲେ । ଏଥିରେ ୬ ଜଣ ଯବାନ ଗୁରୁତର ହୋଇଛନ୍ତି । ଗୁରୁତର ଯବାନମାନଙ୍କୁ ଜଙ୍ଗଲରୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଭୁବନେଶ୍ୱର ସ୍ଥିତ ଏମ୍‌ସ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଏବେ ସୁଦ୍ଧା ଯବାନମାନଙ୍କ ପରିଚୟ ମିଳିପାରିନାହିଁ । ଏହି ଅଘଟଣ ନେଇ ଏସ୍‌ଓଜି ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

Also Read  ଅନୈତିକ ପ୍ରେମ ପାଇଁ ସ୍ବାମୀକୁ ଜୀବନ୍ତ ଅବସ୍ଥାରେ ନାଳରେ ଭସେଇଦେଲା ପତ୍ନୀ

LEAVE A REPLY

Please enter your comment!
Please enter your name here