ପୌରାଣିକ ଚରିତ୍ରରେ ସୋନାଲ

0
503

ଓମ୍‌ ରାଉତଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା ଚଳଚ୍ଚିତ୍ର ‘ଆଦିପୁରୁଷ’ର ସୁଟିଂରେ ଯୋଗ ଦେଇଛନ୍ତି ଅଭିନେତ୍ରୀ ସୋନାଲ ଚୌହାନ। ପ୍ରଭାସ, ସୈଫ ଅଲୀ ଖାନ ଓ କୃତି ସାନନଙ୍କ ଭଳି ଲୋକପ୍ରିୟ ତାରକାଙ୍କୁ ନେଇ ଏହି ସିନେମାର ସୁଟିଂ ପୂର୍ବରୁ ଆରମ୍ଭ ହୋଇଥିଲା। ଏମାନଙ୍କ ସହିତ ଏବେ ‘ଜନ୍ନତ’ ପ୍ରସିଦ୍ଧ ଅଭିନେତ୍ରୀ ସୋନାଲ ସୁଟିଂରେ ଯୋଗ ଦେଇଛନ୍ତି। ଏହି ପୌରାଣିକ ଚଳଚ୍ଚିତ୍ରଟି ରାମାୟଣର କଥାବସ୍ତୁ ଉପରେ ଆଧାରିତ। ଏଥିରେ କେଉଁ ଭୂମିକାରେ ଦେଖାଦେବେ ସେ କଥା ସୋନାଲ ପ୍ରକାଶ କରିନାହାନ୍ତି।

ତେବେ ସେ କହିଛନ୍ତି ଯେ ପୂର୍ବରୁ କରିଥିବା ବିଭିନ୍ନ ଚରିତ୍ରରୁ ଏହି ଚଳଚ୍ଚିତ୍ରରେ ତାଙ୍କୁ ମିଳିଥିବା ଚରିତ୍ର ସଂପୂର୍ଣ୍ଣ ଅଲଗା, ତେଣୁ ସେ ଏଥିପାଇଁ ଅତ୍ୟନ୍ତ ଉତ୍ସାହିତ। ବାସ୍ତବରେ ଏହା ସୋନାଲଙ୍କ କ୍ୟାରିୟର୍‌ର ପ୍ରଥମ ପୌରାଣିକ ଫିଲ୍ମ। ୨୦୦୮ରେ ‘ଜନ୍ନତ’ ଚଳଚ୍ଚିତ୍ର ଜରିଆରେ ବଲିଉଡ୍‌ରେ ପଦାର୍ପଣ କରି ସେ ସମୟରେ ସୋନାଲ ଈର୍ଷଣୀୟ ପ୍ରସିଦ୍ଧି ହାସଲ କରିଥିଲେ। ସେବେ ଠାରୁ ସେ ବିଭିନ୍ନ ତେଲୁଗୁ ଓ ବଲିଉଡ୍‌ ସିନେମାରେ ଅଭିନୟ କରିଆସୁଛନ୍ତି। ‘ଆଦିପୁରୁଷ’ ୨୦୨୩ ଜାନୁଆରିରେ ମୁକ୍ତିଲାଭ କରିବାକୁ ଥିବା ବେଳେ ଆସନ୍ତା ମେ ୨୭ରେ ତାଙ୍କର ‘ଦି ଘୋଷ୍ଟ’ ନାମକ ତେଲୁଗୁ ଚଳଚ୍ଚିତ୍ର ମୁକ୍ତିଲାଭ କରିବାକୁ ଯାଉଛି। ଏଥିରେ ସୋନାଲ ନାଗାର୍ଜୁନଙ୍କ ବିପକ୍ଷରେ ନାୟିକା ସାଜିଛନ୍ତି।

Also Read  ୨୦୨୨ରେ ୬, ୭୯୪ଟି ପଞ୍ଚାୟତରେ ହେବ ନିର୍ବାଚନ : କେଉଁ ପଞ୍ଚାୟତ କଟିଲା ?