ଆଇପିଏଲରେ କରୋନାର ଏଣ୍ଟ୍ରି: ଦିଲ୍ଲୀ କ୍ୟାପିଟାଲ୍ସର ଫିଜିଓ ପାଟ୍ରିକ ଫରହାଟ ପଜିଟିଭ ଚିହ୍ନଟ

0
344
delhi-capitals-physio-patrick-farhart-tested-corona-positive

ମୁମ୍ବାଇ: ଆଇପିଏଲ୍‌କୁ ଘାରିଲା କରୋନା ଭୟ। ଆଇପିଏଲରେ ଏଣ୍ଟ୍ରି କରିଛି ମହାମାରୀ କରୋନା । ଦିଲ୍ଲୀ କ୍ୟାପିଟାଲ୍‌ସର ଫିଜିଓ ପାଟ୍ରିକ ଫରହାଟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫିଜିଓ ପଜିଟିଭ୍ ହେବା ପରେ ଟିମ୍‌ର ଖେଳାଳିଙ୍କୁ କରୋନା ଭୟ ଘାରିଛି। ପଜିଟିଭ୍ ହୋଇଥିବା ଫରହାଟଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସର ମେଡିକାଲ ଟିମ୍ ଚିକିତ୍ସା କରୁଛନ୍ତି। ଏନେଇ ଟ୍ୱିଟ କରି ସୂଚନା ଦିଆଯାଇଛି ।

୨୦୨୧ ଆଇପିଏଲ୍‌ରେ ଅନେକ ଖେଳାଳି ପଜିଟିଭ୍ ହେବା ପରେ ଖେଳକୁ ମଝିରେ ବନ୍ଦ ରଖାଯାଇଥିଲା। ତେବେ ଆଇପିଏଲ୍‌ରେ ୨୦୨୨ରେ କରୋନା ସଂକ୍ରମଣ କମିବାରୁ ଆୟୋଜକମାନେ ୨୫ ପ୍ରତିଶତ ଦର୍ଶକ ସହିତ ଖେଳ ଆରମ୍ଭ କରିବାକୁ ଯୋଜନା କରିଥିଲେ। ତେବେ ଚଳିତ ଆଇପିଏଲ୍‌ ସଂସ୍କରଣର ପ୍ରଥମ କରୋନା ମାମଲା ଚିହ୍ନଟ ହୋଇଛି ବୋଲି ଆଇପିଏଲ୍ ପକ୍ଷରୁ ସୂଚନା ଦିଆଯାଇଛି।

Also Read  Covid Situation Is Getting Worse In Some Parts Of The World