ପୋଖରୀ ଖୋଳାକୁ ନେଇ ଫୁଟିଲା ଗୁଳି, ସଂପର୍କୀୟ ଭାଇଙ୍କ ମୃତ୍ୟୁ

0
309
Police Inspector Injured In Firing From His Own Service Revolver

ଢେଙ୍କାନାଳ: ପୋଖରୀ ଖୋଳାକୁ କେନ୍ଦ୍ର କରି ହୋଇଛି ଗୁଳିମାଡ଼ । ଆଜି ଏପରି ଦୁଃଖଦ ଘଟଣା ଘଟିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କନ୍ଧପାଳ ଗାଁରେ। ଗୁଳିମାଡ଼ରେ କନ୍ଧପାଳ ଗାଁର ଦଳେଇ ନାୟକଙ୍କ ମୃତ୍ୟୁ ହୋଇଛି। ତାଙ୍କୁ ୫୬ ବର୍ଷ ହୋଇଥିଲା।

ସୂଚନା ଅନୁସାରେ, ଏକ ଜମିକୁ ନେଇ ସଂପର୍କୀୟ ଭାଇମାନଙ୍କ ସହିତ ତାଙ୍କର ବିବାଦ ଚାଲିଥିଲା। କିଏ ସେଠାରେ ପୋଖରୀ ଖୋଳିବ ତାକୁ ନେଇ ସେମାନଙ୍କ ମଧ୍ୟରେ ବହୁ ଦିନରୁ ଝଗଡ଼ା ଚାଲିଥିଲା। ଯାହାର ପରିଣତି ଏବେ ଭୟଙ୍କର ହୋଇଛି । ଆଜି ଦଳେଇ ନାୟକ ଉକ୍ତ ବିବାଦୀୟ ଜମିରେ ପୋଖରୀ ଖୋଳିବା ପାଇଁ ଉଦ୍ୟମ କରିଥିଲେ। ପୋଖରୀ ଖୋଳିବା ପାଇଁ ସେ ଜେସିବି ଆଣିଥିଲେ। ଏହାକୁ ତାଙ୍କ ସଂପର୍କୀୟ ଭାଇମାନେ ବିରୋଧ କରିଥିଲେ। ଯୁକ୍ତିତର୍କ ମଧ୍ୟରେ ସଂପର୍କୀୟ ଭାଇମାନେ ଦଳେଇଙ୍କୁ ଦେଶୀ ବନ୍ଧୁକରୁ ଗୁଳି କରିଥିଲେ। ଖବର ପାଇ ଢେଙ୍କାନାଳ ସଦର ଥାନା ପୁଲିସ୍ ମୃତଦେହ ଜବତ କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷରେ ଅଭିଯୁକ୍ତମାନେ ଫେରାର ହୋଇଯାଇଥିବା ଜଣାପଡ଼ିଛି।

Also Read  Prez to Embark 3-Day Odisha Visit From October 23