ଏବେବି ବଞ୍ଚିଛି ମାନବିକତା; ବାଟରୁ ୨୦ ଲକ୍ଷ ଟଙ୍କାର ସୁନା ଭର୍ତ୍ତି ବ୍ୟାଗ୍‌ ପାଇ ଫେରାଇଲେ ବ୍ୟକ୍ତି

0
464
a-man-returned-gold-jewelery-worth-rs-20-lakh-lying-on-the-road

ସମ୍ବଲପୁର: ଆଜି ବି ବଞ୍ଚିଛି ମାନବିକତା। ରାସ୍ତାରେ ପଡ଼ିଥିବା ୨୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ପାଇ ଫେରାଇଦେଲେ ଜଣେ ବ୍ୟକ୍ତି। ସମ୍ବଲପୁର ଏସଆରଆଇଟି କଲୋନୀରେ ମାନବିକତାର ଏହି ଚିତ୍ର ଦେଖିବାକୁ ମିଳିଛି।

ସୂଚନାନୁଯାୟୀ, ସମ୍ବଲପୁର ଏସଆରଆଇଟି କଲୋନୀର ସୌଦାମିନୀ ପତି ସହର ବାହାରକୁ ଯିବା ପାଇଁ ବାହାରିବାରୁ କଲ୍ୟାଣ ନଗରରେ ରହୁଥିବା ଝିଅ କଳ୍ପନା ସାହୁଙ୍କୁ ଡାକି ସବୁ ଅଳଙ୍କାର ନେଇଯିବାକୁ କହିଥିଲେ। ଫୋନ ପାଇ କଳ୍ପନା ଆସି ଗୋଟିଏ ବ୍ୟାଗ ସାହାଯ୍ୟରେ ତାହା ନେବା ବେଳେ ବାଟରେ ପଡିଯାଇଥିଲା। ତେବେ ସନ୍ଧ୍ୟା ଭ୍ରମଣ ସମୟରେ ଯାଉଥିବା ଏସଆରଆଇଟି କଲୋନୀର ପ୍ରକାଶ ସ୍ଵାଇଁ ଏହାକୁ ପାଇ ସବୁ ସୁନା ଗହଣା ଅଇଁଠାପାଲି ଥାନା ଜିମା ଦେଇଥିଲେ। ତେବେ ଥାନା ଅଧିକାରୀ ଯୋଗେଶ ପଣ୍ଡା ମା ଝିଅଙ୍କୁ ଡାକି ସବୁ ସୁନାଗହଣା ଫେରାଇ ଦେଇଛନ୍ତି। ଏହି ଘଟଣା ପରେ ପ୍ରକାଶ ସ୍ଵାଇଁଙ୍କୁ ପ୍ରଶଂସାର ସୁଅ ଛୁଟିଛି।

Also Read  Maoists kidnap 3 villagers from Bhawanipatna today