ପଛକୁ ପଛ ଅସୁଛି ଓଲିଉଡର ଜଣାଶୁଣା ନାୟିକା ପୁନମଙ୍କ ସିନେମା

0
403

ଭୁବନେଶ୍ବର: ଓଲିଉଡର ଜଣାଶୁଣା ନାୟିକା ପୁନମଙ୍କୁ ଖୁବ୍ ଶୀଘ୍ର କେତୋଟି ଓଡ଼ିଆ ଛବିରେ ଦେଖିବାକୁ ମିଳିବ। ହଁ, ପୁନମଙ୍କ ହାତରେ ବେଶ କେତୋଟି ଓଡ଼ିଆ ଛବି ରହିଛି। ଏଥିଭିତରୁ ଗୋଟିଏ ହେଲା ‘ଲଭ୍ ଇମ୍ପସିବଲ୍’। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ତ୍ରିପତି ସାହୁ। ପ୍ରଯୋଜନା ସଂସ୍ଥା ମୁନ୍ ଟିଭି ପକ୍ଷରୁ ପ୍ରସ୍ତୁତ ଏହି ସିନେମାର ନିର୍ମାଣ କରୁଛନ୍ତି ବିନି ପଟ୍ଟନାୟକ ଓ ସଚ୍ଚିକାନ୍ତ ଜେନା। ଏଥିରେ ଜଣେ ନବାଗତ ରୋହନଙ୍କ ବିପକ୍ଷରେ ନଜର ଆସିବେ ସେ।

ଏଣେ ପୁନମ୍ ‘ଲଭ୍ ୟୁ ଜାନୁ‘ରେ ବି କାମ କରୁଛନ୍ତି। ଏଥିରେ ଆଉଜଣେ ନବାଗତ କିଶୋରଙ୍କ ସହ ରୋମାନ୍ସ କରିଛନ୍ତି। ତେଣେ ପୁନମଙ୍କ ହାତରେ ରହିଛି ‘ତୁ ଚଗଲୀ ମୁଁ ଚଗଲା। ଏଥିରେ ସମ୍ବିତଙ୍କ ବିପକ୍ଷରେ ନାୟିକା ଭାବେ ନଜର ଆସିବେ ପୁନମ୍। ଏହି ସିନେମାର ନିର୍ମାଣ କରୁଛନ୍ତି ବିନି ପଟ୍ଟନାୟକ ଓ ସଚ୍ଚିକାନ୍ତ ଜେନା। ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ବିନି ପଟ୍ଟନାୟକ। ସିଦ୍ଧାର୍ଥ ଟିଭି ପକ୍ଷରୁ ପ୍ରସ୍ତୁତ ଏକ ନାମକରଣ ହୋଇ ନଥିବା ଫିଲ୍ମରେ ଓଲିଉଡର ଲୋକପ୍ରିୟ ନାୟକ ଦୀପକଙ୍କ ସହ ପ୍ରଥମ ଥର ନଜର ଆସିବେ ପୁନମ ମିଶ୍ର।

ଏହି ସିନେମାର ନିର୍ଦ୍ଦେଶନା ଦେଉଛନ୍ତି ଜଣାଶୁଣା ନିର୍ଦ୍ଦେଶକ ଚଣ୍ଡୀ ପରିଜା। ଏଣେ ଶ୍ରୀତମ ଦାସଙ୍କ ନିର୍ଦେଶିତ ‘ମହାବାହୁ’ ସିନେମାରେ ଆକାଶଙ୍କ ବିପକ୍ଷରେ ନଜର ଆସିବେ ପୁନମ୍। ସୂଚନାଯୋଗ୍ୟ, ସଞ୍ଜୟ ନାୟକଙ୍କ ନିର୍ଦ୍ଦେଶିତ ‘ବାଇଶି ପାହାଚେ ଖେଳିବ ମୀନ’ ସିନେମାରୁ ପୁନମ୍ କ୍ୟାରିଅର୍ ଆରମ୍ଭ କରିଥିଲେ। ଏଥିରେ ତାଙ୍କର ନାୟକ ଥିଲେ ନବାଗତ ଲଳିତ। ଏହାପରେ ସେ ଲଭମାଷ୍ଟର୍ ସମେତ ଅଳ୍ପ କେତୋଟି ଓଡ଼ିଆ ଛବିରେ ନଜର ଆସିଛନ୍ତି।

Also Read  ସରକାରୀ କର୍ମଚାରୀଙ୍କ ଲାଗି ଖୁସି ଖବର : ବଢିବ ଅବସର ବୟସ ସୀମା ଓ ପେନସନ୍ !