ମା’ ଶାରଳାଙ୍କ ପୀଠ ପରିଦର୍ଶନ କରିବା ସହିତ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କଲେ 5T ସଚିବ

0
494
5t-secretary-vk-pandian visits-sarala-temple

ଜଗତସିଂହପୁର: ଜଗତସିଂହପୁର ଝଙ୍କଡ ମା’ ଶାରଳାଙ୍କ ପୀଠ ପରିଦର୍ଶନ କଲେ 5T ସଚିବ ଭି.କେ ପାଣ୍ଡିଆନ୍। ସକାଳ ସାଢେ ୭ଟାରେ 5T ସଚିବ ସାରଳା ମନ୍ଦିରରେ ପହଞ୍ଚି ମା’ଙ୍କ ଦର୍ଶନ କରିଛନ୍ତି। ମାଆଙ୍କୁ ଦର୍ଶନ ପରେ ମନ୍ଦିର ବେଢା ବୁଲିଛନ୍ତି। ଏହାପରେ ମନ୍ଦିରର ସେବାୟତଙ୍କ ସହ ଆଲୋଚନା କରିଛନ୍ତି। ପୀଠର ଉନ୍ନତିକରଣ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତିି। ଶାରଳା ମନ୍ଦିରର ଉନ୍ନୟନମୂଳକ କାର୍ଯ୍ୟ ନେଇ ତଦାରଖ କରିଛନ୍ତି।

ସୂଚନା ଯୋଗ୍ୟ ଯେ, ଆଜି ସକାଳୁ ସକାଳୁ ମାଆ ଶାରଳାଙ୍କ ପୀଠରେ ପହଞ୍ଚିଥିଲେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ମାଆଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା ମଧ୍ୟ କରିଥିଲେ, ଏହାପରେ ବେଢ଼ା ପରିକ୍ରମା କରି ପାର୍ଶ୍ବ ମନ୍ଦିରର ସ୍ଥିତି ପରଖିଥିଲେ । ପୂରା ଶାରଳା ମନ୍ଦିରର ନକ୍ସାକୁ ଦେଖିବା ସହ ବିକାଶମୂଳକ କାର୍ଯର ଅନୁଧ୍ୟାନ କରିଥିଲେ ୫ଟି ସଚିବ । 5T ସଚିବଙ୍କ ସହ ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍‌ପି ଉପସ୍ଥିତ ଥିଲେ। ମାଆ ଶାରଳାଙ୍କ ମନ୍ଦିରର ବିକାଶ କାର୍ଯ୍ୟ ହାତକୁ ନେଇଛନ୍ତି ରାଜ୍ୟ ସରକାର। ମନ୍ଦିରର ନବକଳେବର କରିବା ନେଇ ଯୋଜନା କରିଛନ୍ତି।

Also Read  ଟ୍ରିପଲ ଜମ୍ପରେ ଭାରତ ପାଇଁ ସ୍ୱର୍ଣ୍ଣ ଜିତିଲେ ଏଲଡୋସ ପୌଲ, ରୌପ୍ୟ ଜିତିଲେ ଅବଦୁଲ୍ଲା ଆବୁବାକର