ସାମ୍ନାକୁ ଆସିଲା ଧନୁଷଙ୍କ ହଲିଉଡ଼ ଫିଲ୍ମର ପ୍ରଥମ ଲୁକ୍‌

0
424

ମୁମ୍ବାଇ: ଦକ୍ଷିଣ ଭାରତୀୟ ଅଭିନେତା ଧନୁଷ ଖୁବଶୀଘ୍ର ‘ଦି ଗ୍ରେ ମ୍ୟାନ୍‌’ ଚଳଚ୍ଚିତ୍ର ଜରିଆରେ ହଲିଉଡ଼ରେ ପାଦ ଥାପିବେ। ତାଙ୍କ ପ୍ରଶଂସକମାନେ ମଧ୍ୟ ଏହି ଫିଲ୍ମ ପାଇଁ ଉତ୍ସାହର ସହ ଅପେକ୍ଷା କରିଛନ୍ତି। ଇତି ମଧ୍ୟରେ ନେଟଫ୍ଲିକ୍ସ ଧନୁଷଙ୍କ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛି। ନେଟଫ୍ଲିକ୍ସ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ଏନ୍ଥନୀ ଓ ଜୋ ରୁସୋଙ୍କ ଦ୍ବାରା ନିର୍ଦେଶିତ ଏହି ଚଳଚ୍ଚିତ୍ରରେ ଧନୁଷଙ୍କ ପ୍ରଥମ ଲୁକ୍‌ ଜାରି କରାଯାଇଛି। ଫିଲ୍ମରେ ରେୟାନ ଗୋସଲିଙ୍ଗ୍‌, କ୍ରିସ ଇଭାନ୍ସ, ଏନା ଡି ଅରମାସ, ରେଗେ-ଜିନ୍‌ ପେଜ୍‌, ଜେସିକା ହେନୱିକ୍‌, ବିଲୀ ବବ୍‌ ଥର୍ନଟନ୍‌ ଓ ୱେଗନର ମୌରା ମଧ୍ୟ ଅଛନ୍ତି।

Also Read  ୱାର୍ଲ୍ଡ ଆଥଲେଟିକ୍ ଚାମ୍ପିଅନସିପରେ ରୌପ୍ୟ ପଦକ ଜିତି ଇତିହାସ ରଚିଲେ ଗୋଲଡେନ ବୟ ନୀରଜ ଚୋପ୍ରା