ମୋଦୀ ସରକାର କେମିତି ଗାଦିଚ୍ୟୁତ ହୋଇପାରିବେ, ଦଳୀୟ କର୍ମୀଙ୍କୁ ମନ୍ତ୍ର ଦେଲେ ଟିଏମସି ସାଂସଦ

0
355
Mamata accuses 'some parties' of spreading disinformation

ଗୌହାଟି: ଯଦି ପଶ୍ଚିମ ଓ ଉତ୍ତର ଭାରତରେ ବିରୋଧୀ ଦଳ ଅଧିକ ଶକ୍ତିଶାଳୀ ହେବ ତାହେଲେ 2024 ସାଧାରଣ ନିର୍ବାଚନରେ ​​ବିଜେପି ନିର୍ବାଚନରେ ହାରିଯିବ । ବୁଧବାର ଟିଏମସି ସାଂସଦ ମହୁଆ ମୈତ୍ର ଏହା କହିଛନ୍ତି। ଆସାମର ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ କର୍ମୀଙ୍କୁ ଉଦବୋଧନ ଦେବେ ବେଳେ ସେ କହିଛନ୍ତି, ପଶ୍ଚିମବଙ୍ଗ ଏବଂ ତାମିଲନାଡୁରେ କେବେ ହେଲେ ଗେରୁଆ ପତାକା ଉଡ଼ିବ ନାହିଁ। ସେହିପରି ପଶ୍ଚିମବଙ୍ଗ ଏବଂ ତାମିଲନାଡୁର ଲୋକମାନେ ବିଜେପିକୁ ନୋ ଏଣ୍ଟ୍ରି ବୋଲି କହି ସାରିଛନ୍ତି।

ଏବେ ଦେଶରେ ବିଜେପି ସରକାରରେ ରହିଛି । ହେଲେ ବିହାର, ପଶ୍ଚିମବଙ୍ଗ, ଓଡିଶା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ଏବଂ କେରଳ ଭଳି ରାଜ୍ୟରେ ବିରୋଧୀ 150 ଆସନ ରହିଛି। ଯଦି ଉତ୍ତର ଏବଂ ପଶ୍ଚିମରେ ବିରୋଧୀ ଶକ୍ତିଶାଳୀ ହେବ, ତେବେ 2024ରେ ବିଜେପି କ୍ଷମତାରୁ ହଟିଯିବ ବୋଲି ସେ କହିଛନ୍ତି। ଦର ବୃଦ୍ଧି ଏବଂ ବେକାରୀ ପାଇଁ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରଙ୍କୁ ଟାର୍ଗେଟ କରି ଟିଏମସି ସାଂସଦ କହିଛନ୍ତି ଯେ ଧର୍ମକୁ ମୁଖ୍ୟ ପ୍ରସଙ୍ଗ କହି ବିଜେପି ମୂଳ ପ୍ରସଙ୍ଗକୁ ଡାଇଭର୍ଟ କରୁଛି।

ହନୁମାନ ଜୟନ୍ତୀ ଉପରେ ପଥର କିଏ ଫିଙ୍ଗିଛି ଏବଂ ସମସ୍ତେ ଲାଉଡ ସ୍ପିକରରେ କଥା ହେଉଛନ୍ତି, ହେଲେ ଦର ବୃଦ୍ଧି ଏବଂ ବେକାରୀ ସମସ୍ୟାକୁ ନେଇ କେହି କିଛି କହୁନାହାନ୍ତି ବୋଲି ସେ କହିଛନ୍ତି। ମହୁଆ ଏପରି କହି ଦେଶର ଆଞ୍ଚଳିକ ଦଳ ଆଗରେ ବିଜେପି ଆଗକୁ ବଢିପାରୁନି ବୋଲି କହିଛନ୍ତି । ତେଣୁ ସମସ୍ତ ଆଞ୍ଚଳିକ ଦଳ ଏକଜୁଟ ହେଲେ ବିଜେପିକୁ ଚେକ୍ ଦେଇ ହେବ ବୋଲି ସେ କହିଛନ୍ତି।

Also Read  ୨୪ ଘଣ୍ଟାରେ ଦେଶରେ ୪,୫୧୮ ଜଣ କୋଭିଡ୍‌-୧୯ ଆକ୍ରାନ୍ତ; ୯ଜଣ ମୃତ