ଟ୍ୱିଟର ପରେ Coca-Cola କିଣିବେ ବିଶ୍ୱର ସବୁଠୁ ଧନୀ ଏଲନ୍ ମସ୍କ !

0
473
elon-musk-will-buy-coca-cola

ନ୍ୟୁୟର୍କ: ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର କିଣିବା ପରେ ଏବେ ବିଶ୍ୱର ସର୍ବ ଶ୍ରେଷ୍ଠ ଧନୀ ଏଲନ୍ ମସ୍କ କୋକା କୋଲା କମ୍ପାନୀ କିଣିବାକୁ ଇଛା ରଖିଛନ୍ତି। ସେ ନିଜେ ଟ୍ୱିଟ କରି କହିଛନ୍ତି ଯେ କୋକାକୋଲା କିଣିବେ ଏବଂ ‘କୋକେନ୍ ଫେରାଇବେ’। ୨୦୧୭ ରେ ଏଲନ୍ ମସ୍କ ପଚାରିଥିଲେ ଟ୍ୱିଟର କିଣିବାକୁ ତାଙ୍କୁ କେତେ ଖର୍ଚ୍ଚ ପଡ଼ିବ, ସେହି ସମୟରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ତାଙ୍କୁ ଥଟା କରି କହିଥିଲେ ସତରେ କ’ଣ ସେ ଟ୍ୱିଟର କିଣିବେ। କିନ୍ତୁ ସେ ପ୍ରାୟ ୪୪ ବିଲିୟନ ଡଲାର୍ ଦେଇ ଟ୍ୱିଟର କିଣିଲେ।

ପୁଣି ଆଜି ଅର୍ଥାତ ଗୁରୁବାର ଦିନ ଏଲନ୍ ମସ୍କ ଟ୍ୱିଟ୍ କରି କହିଛନ୍ତି ଯେ ସେ ପରବର୍ତ୍ତୀ ସମୟରେ କୋକାକୋଲା କିଣିବେ ଏବଂ ଏଥିରେ କୋକେନ୍ ରଖିବେ । ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ଏହି କୋକାକୋଲା ଟ୍ୱିଟ୍ ଟ୍ରେଣ୍ଡ କରିବା ଆରମ୍ଭ କରିଛି। ତେବେ ତାଙ୍କର ଏହି ଟ୍ୱିଟ୍ ପଢ଼ି ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଥଟା କରିଛନ୍ତି। ଏମିତିକି ୟୁଜରମାନେ ନିଶ୍ଚିତ ନୁହଁନ୍ତି ଯେ ସେ ଏହାକୁ କିଣିବେ କି ନାହିଁ।

ସେହିପରି ଏଲନ ମସ୍କ ନିଜର ଏକ ପୁରୁଣା ଟ୍ୱିଟକୁ ସ୍କ୍ରିନସଟ କରି ପୋଷ୍ଟ କରିଛନ୍ତି । ଉକ୍ତ ପୋଷ୍ଟରେ ମସ୍କ ଲେଖିଛନ୍ତି- ମୁଁ ଆଗକୁ ମେକଡୋନଲ୍ଡାସ କିଣିବାକୁ ଯାଉଛି । ଏବଂ ଆଗକୁ ସମସ୍ତ ଆଇସକ୍ରିମ ମେସିନ ଠିକ କରିଦେବି । ନିଜେ ମଧ୍ୟ ମସ୍କ କମେଣ୍ଟରେ ଲେଖିଛନ୍ତି- ଶୁଣ, ମୁଁ ଚମତ୍କାର କରିପାରେ ନାହିଁ । ଅର୍ଥାତ ଏଲନ ମସ୍କ ଆଗକୁ କୋକାକୋଲା କିଣିବାକୁ ଯାଉଛନ୍ତି ବୋଲି ଯଦି ବା ଇଙ୍ଗିତ ଦେଇଛନ୍ତି କିନ୍ତୁ ଏହା କେତେଦୂର ସଫଳ ହେବାକୁ ଯାଉଛି ଆଗକୁ ଜଣାପଡ଼ିବ ।

Also Read  କରୋନା ଭାଙ୍ଗିଲା ୮ ମାସର ରେକର୍ଡ : ଚିହ୍ନଟ ହେଲେ ୩ ଲକ୍ଷରୁ ଅଧିକ ଆକ୍ରାନ୍ତ