ବଲିଉଡର ମହାନ କଳାକାର ମିଥୁନ ଚକ୍ରବର୍ତ୍ତୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

0
467
great bollywood actor mithun-chakraborty-admitted-in-hospital

ମୁମ୍ବାଇ: ବଲିଉଡର ମହାନ କଳାକାର ମିଥୁନ ଚକ୍ରବର୍ତ୍ତୀ ଅସୁସ୍ଥ। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କିଡନୀରେ ଷ୍ଟୋନ ଯୋଗୁଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରିବାକୁ ପଡିଥିଲା। ବାଙ୍ଗାଲୋରରେ ତାଙ୍କର ସଫଳତାର ସହ ଅପରେସନ ହୋଇଥିବା ନେଇ ମିଥୁନଙ୍କ ପୁଅ ମିମୋହ ଚକ୍ରବର୍ତ୍ତୀ ଟ୍ୱିଟରରେ ସୂଚନା ଦେଇଛନ୍ତି। ସୂଚନା ମୁତାବକ ମିଥୁନ ଚକ୍ରବର୍ତ୍ତୀ ହସ୍ପିଟାଲରେ ଭର୍ତ୍ତି ହେବାର ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ତାଙ୍କ ପ୍ରଶଂସକମାନେ ଚିନ୍ତିତ ହୋଇଯାଇଥିଲେ |

ମିଥୁନଙ୍କ ହେଲ୍‌ଥ ଅପଡେଟ୍‌ ସାମ୍ନାକୁ ଆସିବା ପରେ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍‌ଙ୍କୁ ଆଶ୍ୱସ୍ତି ମିଳିଛି। ସମସ୍ତେ ଅଭିନେତାଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ବିଜେପି ରାଷ୍ଟ୍ରୀୟ ସଚିବ ଅନୁପମ ହାଜରା ମଧ୍ୟ ମିଥୁନଙ୍କ ଫଟୋକୁ ନିଜ ଟ୍ୱିଟ୍‌ର ହ୍ୟାଣ୍ଡେଲରେ ଶେଆର କରି ତାଙ୍କ ଆରୋଗ୍ୟ କାମନା କରିଛନ୍ତି।

Also Read  ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୬ଟି ଜିଲ୍ଲାରୁ ୧୦ ଜଣ କରୋନା ପଜିଟିଭ ଚିହ୍ନଟ