କପିଲ ଶର୍ମା ଶୋ’ରେ ୱିଲ୍ ସ୍ମିଥଙ୍କୁ ସପୋର୍ଟ କଲେ ଏଆର ରେହମାନ୍

0
864

ମୁମ୍ବାଇ : ନିକଟରେ ଦି କପିଲ ଶର୍ମା ଶୋ’ରେ ଏଆର୍ ରେହମାନ ପହଞ୍ଚିଥିଲେ। ‘ହେରାପନ୍ତି ୨’ ର ପ୍ରମୋସନ୍ ପାଇଁ ସେ ଫିଲ୍ମର କାଷ୍ଟ ସହିତ ଥିଲେ। ଶୋ’ର ଗୋଟିଏ ସେଗମେଣ୍ଟରେ କପିଲ ସୋସିଆଲ ମିଡିଆ ପୋଷ୍ଟର ଫନି କମେଣ୍ଟ ପଢୁଥିଲେ। କପିଲ ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକଙ୍କ ଇନଷ୍ଟାଗ୍ରାମ୍ ପୋଷ୍ଟ ଦେଖାଇବା ସହିତ ଲୋକଙ୍କ କମେଣ୍ଟ ପଢୁଥିଲେ। ସେହି ସମୟରେ ରେହମାନଙ୍କ ଫଟୋ ୱିଲ ସ୍ମିଥଙ୍କ ସହ ଦେଖାଗଲା। ଫଟୋରେ ଲୋକମାନେ ଓସ୍କାରର ଚାପୁଡ଼ା ମାରିବା ଘଟଣା ସହ ଯୋଡି ଫନି କମେଣ୍ଟ ଦେଇଥିଲେ। କପିଲଙ୍କ ସମେତ ସେଟରେ ଥିବା ସମସ୍ତେ ଏହି କମେଣ୍ଟ ପଢି ହସୁଥିଲେ। କିନ୍ତୁ ରେହମାନ ଏହି ସମୟରେ, ୱିଲ୍ ସ୍ମିଥଙ୍କୁ ସମର୍ଥନ କରିଥିଲେ। ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାର ଲାଗିଛି।

ଖବର ଅନୁଯାୟୀ, ‘ହେରାପନ୍ତି ୨’ ର କାଷ୍ଟ କପିଲ ଶର୍ମାଙ୍କ ଶୋ’ରେ ପହଞ୍ଚି ବହୁତ ମଜା କରିଥିଲେ। ଏଆର୍ ରହମାନ୍ ମଧ୍ୟ ଟିମ୍ ସହିତ ପହଞ୍ଚିଥିଲେ। କପିଲ୍ ଟିମର ସମସ୍ତ ଲୋକଙ୍କ ଇନଷ୍ଟାଗ୍ରାମ୍ ପୋଷ୍ଟର ଫନି କମେଣ୍ଟ ପଢୁଥିଲେ। ଯେତେବେଳେ ରେହମାନ୍ ଙ୍କ ପାଳି ଆସିଲା, ସେତେବେଳେ ତାଙ୍କୁ ୱିଲ୍ ସ୍ମିଥଙ୍କ ସହିତ ବସିଥିବା ଫଟୋ ଦେଖାଗଲା। ଏହି ଫଟୋ ୨୦୧୮ ମସିହାର। କପିଲ ଏହାର କମେଣ୍ଟ ପଢୁଥିଲେ। ଜଣେ ୟୁଜର୍ ଲେଖିଥିଲେ ରେହମାନ ସାର୍, ଦୁରରେ ବସନ୍ତୁ, ତାଙ୍କ ହାତ ବହୁତ ଚାଲେ। ଅନ୍ୟ ଜଣେ ଲେଖିଥିଲେ, ରେହମାନ ସାରଙ୍କୁ ଭୟଭୀତ ହେବାର ଆବଶ୍ୟକତା ନାହିଁ, ସେ ବହୁତ କମ୍ କଥା କୁହନ୍ତି। କପିଲ ୱିଲଙ୍କ ବିରୋଧରେ କମେଣ୍ଟ ପଢିବା ସମୟରେ ରେହମାନ ତାଙ୍କୁ ସପୋର୍ଟ କରିଛନ୍ତି। ସେ କହିଛନ୍ତି, ୱିଲ ଜଣେ ବହୁତ ଭଲ ଲୋକ, ଉତ୍ତମ ହୃଦୟର ବ୍ୟକ୍ତି। ଚାପୁଡ଼ା ଘଟଣାକୁ ସୂଚାଇ ସେ କହିଛନ୍ତି, ବେଳେବେଳେ ଏପରି ଘଟଣା ଘଟିଯାଏ।

Also Read  ଟିଭି ବିଜ୍ଞାପନରୁ ଲୋକପ୍ରିୟ ଅଭିନେତ୍ରୀ : ଛୋଟ ପରଦାରେ ଦର୍ଶକଙ୍କ ମନ ‌ମୋହୁଛନ୍ତି ରାଜଶ୍ରୀ