ତାଜ ହୋଟେଲକୁ ନାନୋ କାରରେ ଆସିଲେ ରତନ ଟାଟା

0
428

ମୁମ୍ବାଇ: ଦେଶ ନିର୍ମାଣରେ ସର୍ବାଧିକ ଅବଦାନ ରଖିଥିବା ପ୍ରମୁଖ ବ୍ୟକ୍ତିଙ୍କ ମଧ୍ୟରେ ଅନ୍ୟତମ ଶିଳ୍ପପତି ରତନ ଟାଟା । ନିଜର ନମ୍ର ବ୍ୟବହାର ଏବଂ ମିଷ୍ଟଭାଷା ପାଇଁ ସବୁବେଳେ ଲୋକଙ୍କ ପାଖରେ ଗ୍ରହଣୀୟତା ହୋଇପାରୁଥିବା ଏହି ବ୍ୟକ୍ତି ପୁଣିଥରେ ଚର୍ଚ୍ଚାରେ । ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ରତନ ଟାଟା ନାନୋ କାରରେ ବସି ତାଜ ହୋଟେଲ ଯାଇଥିବା ଦେଖିବାକୁ ମିଳିଛି। ଆଉ ଏହି ସମୟରେ ରତନ ଟାଟାଙ୍କ ସହିତ ନଥିଲେ କୌଣସି ବଡିଗାର୍ଡ।

Viral Bhayani ନାମକ ଏକ ଭେରିଫାଇଡ୍ ଇନଷ୍ଟାଗ୍ରାମ ଆକାଉଣ୍ଟ ରତନ ଟାଟାଙ୍କ ତାଜ ହୋଟେଲ ଗସ୍ତର ଭିଡିଓ ସେୟାର କରିଛି। ଯେଉଁଥିରେ ବିନା ବଡିଗାର୍ଡରେ ଏକ ଧଳା କାରରେ ବସି ରତନ ଟାଟା ତାଜ ହୋଟେଲରେ ପହଞ୍ଚିଥିବା ଦେଖିବାକୁ ମିଳିଛି। ତେବେ ହୋଟେଲ ପହଞ୍ଚିବା ପରେ ରତନ ଟାଟାଙ୍କୁ ହୋଟେଲ କର୍ମଚାରୀ ପାଛୋଟି ନେଇଥିବା ଜଣାପଡିଛି। ତେବେ ସୋଶିଆଲ ମିଡିଆରେ ରତନ ଟାଟାଙ୍କର ଏହି ଭିଡିଓ ଚର୍ଚ୍ଚାର ବିଷୟ ପାଲଟିଛି।

ହୋଟେଲରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି କହିଛନ୍ତି, ରତନ ଟାଟାଙ୍କୁ ନାନୋ କାରରେ ଆସିଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଟାଟା କାରରୁ ଓହ୍ଲାଇବା ପରେ ତାଙ୍କୁ ହୋଟେଲ କର୍ମଚାରୀ ସୁରକ୍ଷାବଳୟରେ ନେଇଯାଇଥିଲେ। ତେବେ ଏତେ ବଡ ଲୋକ ସବୁଠୁ କମ୍ ଦାମରେ ନିଜ କମ୍ପାନୀ ଦ୍ୱାରା ପ୍ରସ୍ତୁତ କାରରେ ଆସିଥିବାରୁ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଉଲ୍ଲେଖଯୋଗ୍ୟ, ରତନ ଟାଟା 2008ରେ ନାନୋ କାର ତିଆରି କରିଥିଲେ। ଯାହାରା ଦାମ ସବୁଠୁ କମ୍ । ଏବେ ଏହି କାର ଆଉ ତିଆରି ହେଉନାହିଁ । ସେହିପରି ତାଜ ହେଉଛି ଦେଶର ଅନ୍ୟତମ ବଡ ହୋଟେଲ । ଯାହାକି ଟାଟା କମ୍ପାନୀ ଦ୍ୱାରା ପରିଚାଳିତ ହୁଏ।

Also Read  ସର୍ବଦଳୀୟ ବୈଠକ ପରେ ୪ କଂଗ୍ରେସ ଲୋକସଭା ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର କଲେ ଓମ ବିର୍ଲା