ଭାଷା ଯାହା ବି ହେଉ, ଆମର ସଂସ୍କୃତି ହେଉଛି ଭାରତୀୟ : ସମୀର ମହାନ୍ତି

0
214
Odisha Assembly Speaker And Two Ministers Resign
Odisha Assembly Speaker And Two Ministers Resign

ଭୁବନେଶ୍ୱର,:“ଭାଷା ଯାହା ବି ହେଉ, ଆମର ସଂସ୍କୃତି ହେଉଛି ଭାରତୀୟ” । “ଅନ୍ତ୍ୟୋଦୟ” ଏବଂ “ସବ୍‌କା ସାଥ୍‌, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ ଏବଂ ସବ୍‌କା ପ୍ରୟାସ”କୁ ମୁଳମନ୍ତ୍ର କରି ଗତ ୮ ବର୍ଷ ମୋଦି ସରକାରରେ ଦେଶର ଗରୀବ, ପଛୁଆ, ଦଳିତ, ଆଦିବାସୀ, ମହିଳା, ଯୁବକ, ଅଳ୍ପସଂଖ୍ୟକ ଏବଂ ସମାଜର ପ୍ରତ୍ୟେକ ସ୍ତରରେ ବାସ କରୁଥିବା ଲୋକଙ୍କ ଜୀବନମାନର ଉତ୍‌ଥାନ ପାଇଁ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟ କରାଯାଇଛି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୩ କୋଟିରୁ ଉର୍ଦ୍ଧ୍ୱ ବାସଗୃହ ନିର୍ମାଣ, ଜଳଜୀବନ ମିଶନ ଜରିଆରେ ୬.୨୯ କୋଟି ଘରକୁ ପାନୀୟ ଜଳ ଯୋଗାଣ, ବୈଶ୍ୱିକ କରୋନା ମହାମାରୀ ସମୟରେ ପିଏମ ଗରୀବକଲ୍ୟାଣ ଯୋଜନାରେ ୮୦ କୋଟି ଦେଶବାସୀଙ୍କୁ ମାଗଣା ରାସନ ବଂଟନ, ଉଜ୍ଜ୍ୱଳା ଯୋଜନାରେ ୧୨ କୋଟି ରୋଷେଇ ଗ୍ୟାସ ସଂଯୋଗୀକରଣ, ସ୍ୱଚ୍ଛଭାରତ ଯୋଜନାରେ ୧୧.୫ କୋଟି ଶୈାଚାଳୟ ନିର୍ମାଣ, ପଛୁଆ ଅଂଚଳକୁ ବିକାଶର ମୁଖ୍ୟ ସ୍ରୋତରେ ସାମିଲ କରାଇବା ପାଇଁ ଆକାଂକ୍ଷୀ ଜିଲ୍ଲା ଭାବେ ଚିହ୍ନଟ କରି ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଭଳି ଅନେକ ହିତକାଂକ୍ଷୀ କାର୍ଯ୍ୟ କରିଛନ୍ତି ମୋଦି ସରକାର । ଏଥି ସହ ଏସଟି, ଏସସି ଓ ଓବିସି ବର୍ଗଙ୍କ ବ୍ୟତୀତ ଅନ୍ୟ ବର୍ଗର ଆର୍ଥୀକ ଅନଗ୍ରସରଙ୍କ ପାଇଁ ଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ପର୍ଯ୍ୟଟକଙ୍କ ଆଗମନରେ ସ୍ଥାନୀୟବାସିନ୍ଦାଙ୍କ ଅର୍ଥନୀତିକୁ ବୃଦ୍ଧି କରାଇବା ଉଦ୍ଦେଶ୍ୟରେ ଏବଂ ସ୍ୱଦେଶ ଦର୍ଶନ ଏବଂ ଭାରତୀୟ ପର୍ଯ୍ୟଟନସ୍ଥଳର ବିକାଶ ପାଇଁ ଦେସବ୍ୟାପୀ ୧୫ଟି ପର୍ଯ୍ୟଟନ ସର୍କିଟକୁ ଚିହ୍ନଟ କରାଯାଇ ସେ ଅଂଚଳର ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି । ଏଥି ମଧ୍ୟରେ ବୁଦ୍ଧ ସର୍କିଟ, ସୁଫି ସର୍କିଟ ମଧ୍ୟ ରହିଛି । ଶିଖ୍ ସଂପ୍ରଦାୟ ତୀର୍ଥଯାତ୍ରୀଙ୍କ ପାଇଁ କରାତପୁର ସାହିବ କୋରିଡର ଖୋଲାଯାଇଛି । ପଂଜାବସ୍ଥିତ ଐତିହାସିକ ଜାଲିଆନାବାଲାବାଗ ସ୍ମାରକୀକୁ ନୁତନ ରୂପ ପ୍ରଦାନ କରାଯାଇଛି ।

ଭାରତବର୍ଷର ଅଙ୍ଗ ଜାମ୍ମୁ କାଶ୍ମୀର ଏବଂ ଲଦ୍ଦାଖ ଅଂଚଳରେ ବିକାଶ କାର୍ଯ୍ୟର ବାଧକ ସାଜିଥିବା ଧାରା ୩୭୦କୁ ଉଚ୍ଛେଦ କରାଯିବା ଫଳରେ ସେ ଅଂଚଳର ଅର୍ଥନୀତି ଅଭିବୃଦ୍ଧି ପାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି । ସଂଖ୍ୟାଲଘୁ ମୁସଲିମ ମହିଳା ସଶକ୍ତିକରଣ ପାଇଁ ଗତ ୨୦୧୯ ମସିହା ଜୁଲାଇ ମାସରେ “ତିନ୍ ତଲାକ୍ ବ୍ୟବସ୍ଥା” ଅଇନଗତ ଉଚ୍ଛେଦ କରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସବୁଠୁ ଦୃଢ ଏବଂ ଐତିହାସିକ ନିଷ୍ପତି ନେଇଛନ୍ତି । ଏକ ପୂରୁଣାକାଳିଆ ଏବଂ ମଧ୍ୟଯୁଗୀୟ ପ୍ରଥାର ଅନ୍ତ ଘଟାଇ ମୁସଲମାନ ସଂପ୍ରଦାୟର ମହିଳାମାନଙ୍କୁ ନ୍ୟାୟ ଦେବା ପରିପ୍ରେକ୍ଷୀରେ ମୋଦି ସରକାର “ତିନ୍ ତଲାକ୍ ବିଲ୍‌”ର ପ୍ରଚଳନ କରାଇ ସମାଜରେ ସମାନତା ଆଣିଛନ୍ତି ଏବଂ ଏହି ଆଇନ ବଳରେ ୮୨ ପ୍ରତିଶତ ମାମଲା ହ୍ରାସ ପାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

Also Read  ଓଲିଉଡରେ ପ୍ରଯୋଜକ ହୋଇଥାନ୍ତେ କୁବେର ପ୍ରତାପ ସାମଲ : ଆଶାରେ ରହିଗଲା ସ୍ୱପ୍ନ

ସମସ୍ତଙ୍କୁ ସମାନ ସୁଯୋଗ, ସମ୍ମାନ ଏବଂ ସୁଖ ସମୃଦ୍ଧି ମିଳିବା ସହିତ ସମସ୍ତଙ୍କ ପାଖରେ ବାସଗୃହ, ବିଜୁଳି, ପାନୀୟ ଜଳ, ରୋସେଇ ଗ୍ୟାସ ସଂଯୋଗ ଏବଂ ଶୈାଚାଳୟ ଥିବ । କୃଷକ ସଶକ୍ତ ଏବଂ ମାତୃଶକ୍ତି ସମ୍ମାନିତ ହେବା ସହିତ ସମାଜରେ ସଦଭାବ ଓ ବିକାଶର ଇଚ୍ଛାଶକ୍ତି ଥିବ । ସେହି ଭଳି ନୂତନ ଭାରତ ଗଠନ ନିର୍ମାଣ ଏବଂ ଭାରତବର୍ଷକୁ ବିଶ୍ୱଗୁରୁ ରୁପରେ ପୁନଃସ୍ଥାପିତ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ସାକାର କରିବାକୁ ଶ୍ରୀ ମହାନ୍ତି ସମସ୍ତଙ୍କୁ ଆହ୍ୱାନ ଦେଇଛନ୍ତି । ବିଜେପି ସଂଖ୍ୟାଲଘୁ ମୋର୍ଚ୍ଚା ତରଫରୁ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।