ଆଜି ଦ୍ୱାଦଶୀ ତିଥିରେ ଶ୍ରୀଜିଉଙ୍କର ରାଜପ୍ରାସାଦ ବିଜେ ନୀତି

0
396
debasnana-purnima-of lord jagannath tomorrow

ପୁରୀ: ଆଜି ଦ୍ୱାଦଶୀ ତିଥିରେ ଶ୍ରୀଜିଉଙ୍କର ଅନୁଷ୍ଠିତ ହେବ ରାଜପ୍ରାସାଦ ବିଜେ ନୀତି । ସକାଳ ଧୂପ ସରିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟିବା ସହ ଶ୍ରୀମନ୍ଦିରରୁ ଶ୍ରୀନହରକୁ ରାଜପ୍ରସାଦ ବିଜେ କରାଯିବ । ଗତକାଲି ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଖଳି ଲାଗି ଓ ରକ୍ତ ବସ୍ତ୍ର ଲାଗି କରାଯାଇଥିବା ବେଳେ ଶ୍ରୀଜିଉଙ୍କୁ ଶ୍ରୀ ବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ଔଷଧ ଲାଗି କରାଯାଇଥିଲା ।

ଅଣସରବାସରେ ପ୍ରଥମ କରି ଘଣ୍ଟକାହାଳି ବାଜି ଅଣସର ମହାପ୍ରଭୁଙ୍କ ସର୍ବାଙ୍ଗ ଚନ୍ଦନ ହୋଇଥିଲା । ଏହି ନୀତି ପରେ ମହାପ୍ରଭୁଙ୍କ ଅଣସରବାସର ପ୍ରଥମ ବେଶ ଅନୁଷ୍ଠିତ ହୋଇଥିଲା । ବେଶରେ ପ୍ରଭୁ ଗୀତ ଗୋବିନ୍ଦ ପାଟ ପ୍ରଭୁ ପରିଧାନ କରିବା ସହ ଫୁଲ ତୁଳସୀ, ପଦକ, ଝୁମ୍ପା ଆଦି ପୁଷ୍ପ ଆଭୂଷଣ ଲାଗି ହୋଇ ଦଶମୂଳ ମୋଦକ ଭୋଗ ଲାଗି ହୋଇଥିଲା। ଦ୍ୱାଦଶୀ ତିଥିରେ ମହାପ୍ରଭୁଙ୍କ ରାଜ ପ୍ରସାଦ ବିଧି ସମ୍ପନ୍ନ ହେବ ।

ମହାପ୍ରଭୁ ଆରୋଗ୍ୟ ଲାଭ କରିଥିବା ବେଳେ ଏହି ଖବର ଗଜପତି ମହାରାଜାଙ୍କୁ ସୂଚିତ କରାଇବା ନିମନ୍ତେ ଦଇତାପତି ଓ ବିଦ୍ୟାପତି ମାନେ ଶ୍ରୀଜୀଉଙ୍କ ପ୍ରସାଦ ରୂପେ କରାଳ, ଚନ୍ଦନ, ପାଟବସ୍ତ୍ରକୁ ନେଇ ଶ୍ରୀମନ୍ଦିରରୁ ଶ୍ରୀନହରକୁ ବିଜେ କରିବେ ।

Also Read  ଜାନୁଆରୀ ୩ରୁ ଖୋଲିବ ପ୍ରାଥମିକ ସ୍କୁଲ : ଅଫ୍‌ଲାଇନ୍‌ରେ ପାଠ ପଢ଼ିବେ ପ୍ରଥମରୁ ପଞ୍ଚମ ପିଲା