ପକ୍ଷୀ ସହ ଧକ୍କା ପରେ ଜରୁରୀ ଅବତରଣ କଲା ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର

0
146
yogi-adityanaths-helicopter-makes-emergency-landing

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର ହଠାତ୍ ବାରାଣସୀରେ ଜରୁରୀ ଅବତରଣ କରିଛି । ଆକାଶପଥରେ ହେଲିକପ୍ଟରରେ ପକ୍ଷୀ ଧକ୍କା ହେବା ପରେ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟରକୁ ଜରୁରୀକାଳୀନ ଅବତରଣ କରାଯାଇଛି । ମିଳିଥିବା ସୂଚନା ମୁତାବକ, ଯୋଗୀ ଆଦିତ୍ୟନାଥ ପୂରା ସୁରକ୍ଷିତ ଅଛନ୍ତି । ବାରଣାସୀରୁ ଲକ୍ଷ୍ନୌରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଉଡାଣ ଭରିଥିଲେ ଯୋଗୀ ।

ସୂଚନା ଅନୁସାରେ, ବାରାଣସୀ ଗସ୍ତରେ ଆସିଥିବା ଯୋଗୀ ରବିବାର ସକାଳ ୯.୦୫ ରେ ସର୍କିଟ ହାଉସରୁ ପୋଲିସ ଲାଇନରେ ପହଞ୍ଚି ହେଲିକପ୍ଟର ଯୋଗେ ଲକ୍ଷ୍ନୌକୁ ଯାଉଥିଲେ । କିନ୍ତୁ ପକ୍ଷୀକୁ ଧକ୍କା ଦେବା ପରେ ହେଲିକପ୍ଟରଟି ଫେରିଆସି ପୋଲିସ ଲାଇନରେ ହିଁ ଅବତରଣ କରିଥିଲା। ଜିଲ୍ଲା ମାଜିଷ୍ଟ୍ରେଟ୍ କୌଶଲ ରାଜ ଶର୍ମା କହିଛନ୍ତି ଯେ ହେଲିକପ୍ଟରରେ ଏକ ପକ୍ଷୀ ମାଡ ହୋଇଥିଲା । ତେଣୁ ସତର୍କତା ପୂର୍ବକ ହେଲିକପ୍ଟରଟି ଫେରିଆସିଥିଲା । ଏବେ ମୁଖ୍ୟମନ୍ତ୍ରୀଙ୍କୁ ନେବା ପାଇଁ ସରକାରୀ ବିମାନ ଆସୁଛି | ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବାବତପୁର ବିମାନବନ୍ଦରରୁ ଲକ୍ଷ୍ନୌ ଅଭିମୁଖେ ଯାତ୍ରା କରିବେ।

Also Read  କଟକ-ବାରବାଟୀ ବିଧାୟକଙ୍କୁ ଝଟକା: ପିଟିସନ ଖାରଜ ସହ ୫ ହଜାର ଟଙ୍କାର ଜରିମାନା ଲଗାଇଲେ ମାନ୍ୟବର ହାଇକୋର୍ଟ

LEAVE A REPLY

Please enter your comment!
Please enter your name here