ମାଆ ହେବା ଖୁସିରେ ଇନ୍‌ଷ୍ଟା ଡିପି ବଦଳାଇଲେ ଆଲିଆ, ରଖିଲେ ଏହି ସ୍ବତନ୍ତ୍ର ମୁହୂର୍ତ୍ତର ଯୁଗଳ ଫଟୋ

0
392

ମୁମ୍ବାଇ: ବିବାହର ୩ ମାସ ପରେ ପ୍ରଶଂସକଙ୍କୁ ଖୁସି ଖବର ଦେଇଛନ୍ତି ରଣବୀର କପୁର ଓ ଆଲିଆ ଭଟ୍ଟ। ନଭେମ୍ବର ମାସରେ ଆଲିଆ ଭଟ୍ଟ ଏବଂ ରଣବୀର କପୁର ପ୍ରଥମ ସନ୍ତାନର ପିତାମାତା ହେବେ ବୋଲି ଗତକାଲି ଆଲିଆ ଡାକ୍ତରଖାନାରେ ରହି ‘ସୋନୋଗ୍ରାଫି’ ବା ‘ଅଲ୍‌ଟ୍ରାସାଉଣ୍ଡ୍‌’ କରାଉଥିବା ବେଳର ଫଟୋ ସହିତ ସାମାଜିକ ଗଣମାଧ୍ୟମ ‘ଇନ୍‌ଷ୍ଟାଗ୍ରାମ୍‌’ରେ ବାର୍ତ୍ତା ସେୟାର୍‌ କରିଥିଲେ। ଏହି ଖୁସି ଖବର ପରେ ଆଲିଆ ତାଙ୍କର ଅନ୍ୟ ଏକ ସ୍ମୃତିକୁ ମନେ ପକାଇ ନିଜର ଇନ୍‌ଷ୍ଟାଗ୍ରାମ୍‌ର ପ୍ରୋଫ‌ାଇଲ୍‌ ଫଟୋକୁ ବଦଳାଇଛନ୍ତି। ‌

ସେ ରଣବୀର ଓ ତାଙ୍କର ଏକ ଯୁଗଳ ଫଟୋକୁ ତାଙ୍କ ଇନ୍‌ଷ୍ଟା ଡିପି ରଖିଛନ୍ତି। ଫଟୋଟି ହେଉଛି ରଣବୀର ଆଲିଆଙ୍କୁ ପ୍ରପୋଜ୍‌(ପ୍ରେମ ନିବେଦନ) କରୁଥିବାର ବେଳର। ଫଟୋରେ ରଣବୀର ଆଲିଆଙ୍କୁ ଆଲିଙ୍ଗନ କରି ପ୍ରେମ ନିବେଦନ କରୁଥିବା ବେଳେ ସେ ସମୟରେ ସୋସିଆଲ୍‌ ମିଡିଆରେ ସେୟାର୍‌ କରିଥିଲେ ରଣବୀରଙ୍କ ମାଅ ନିତୁ କପୁର। ଏବେ ଆଲିଆ ନବଜାତ ଆସିବା ଖୁସିରେ ସ୍ବାମୀଙ୍କ ସହ ରହିଥିବା ସେ ସ୍ବତନ୍ତ୍ର ମୁହୂର୍ତ୍ତକୁ ମନେ ପକାଇଛନ୍ତି।

ଗତକାଲି ସୋସିଆଲ୍‌ ମିଡିଆରେ ଆଲିଆ ତାଙ୍କର ମାଆ ହେବା ଖବର ସେୟାର୍‌ କରିବା ପରେ ଖୁସି ବ୍ୟକ୍ତ କରିଛନ୍ତି ଶାଶୂମାଆ ନିତୁ। ଡ୍ୟାନ୍ସ ଦିୱାନେ ଜୁନିୟର୍ସ ସେଟ୍‌ରେ ନିତୁଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ କି ଜେଜେମାଆ ହେବା ଖବର ଶୁଣି ଆପଣ କେତେ ଖୁସି ଅଛନ୍ତି? ନିତୁ ଏହି ପ୍ରଶ୍ନ ଶୁଣିବା ପରେ ତାଙ୍କ ମୁହଁରେ ହସ ଖେଳି ଯାଇଥିଲା। ତାପରେ ସେ ନିଜ ଛାତିରେ ହାତ ରଖି ନିଜ ଆନନ୍ଦ ବ୍ୟକ୍ତ କରିବା ସହ ପ୍ରତିନିଧିମାନଙ୍କୁ ଧନ୍ୟବାଦ୍‌ ଅର୍ପଣ କରିଥିଲେ।

Also Read  ଶାସ୍ତିମୂଳକ କାର୍ଯ୍ୟାନୁଷ୍ଠାନର ଚେତାବନୀ ପରେ ସାଲେପୁର ଜେଏମ୍ଏଫସି କୋର୍ଟରେ ହାଜର ହେଲେ ....